ପ୍ରତି ୩ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨ ପୁରୁଷ: ମହିଳାଙ୍କ ମୃତ୍ୟୁ ହାର ଅଧିକ

ନୂଆଦିଲ୍ଲୀ, ୨୫।୬: ଦେଶରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ତେବେ ଦେଶରେ ପ୍ରତି ୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ପୁରୁଷ ରହିଛନ୍ତି। ଏନେଇ ଗ୍ଲୋବାଲ ହେଲଥ୍‌ ସାଇନ୍ସ୍‌ ପତ୍ରିକା ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ମହିଳାଙ୍କ ମୃତ୍ୟୁ ହାର ଅଧିକ ରହୁଥିବା ଏଥିରେ ପ୍ରକାଶ ପାଇଛି। ଦେଶରେ ପ୍ରତି ୧୦୦ ଜଣ ମହିଳାଙ୍କ ମଧ୍ୟରେ ୩ ଜଣ କରୋନା ଆକ୍ରାନ୍ତ ହେଉଛନ୍ତି। ମେ ୨୦ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ତଥ୍ୟକୁ ସର୍ଭେରେ ଅନ୍ତର୍ଭୁକ୍ତ କରାଯାଇଛି। ରିପୋର୍ଟ ଅନୁସାରେ ମେ ୨୦ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତ ମହିଳାଙ୍କ ସଂଖ୍ୟା ୩୮ ହଜାର ୩୭୩ ଥିବାବେଳେ ପୁରୁଷଙ୍କ ସଂଖ୍ୟା ୭୩ ହଜାର ୬୫୪ ରହିଥିଲା। ସେଥିମଧ୍ୟରୁ ୧,୨୬୮ ଜଣ ମହିଳା ଏବଂ ୨,୧୬୫ ପୁରୁଷଙ୍କର ମୃତ୍ୟୁ ଘଟିଥିଲା। ମହିଳାଙ୍କ ମୃତ୍ୟୁ ହାର ୩.୩ ପ୍ରତିଶତ ଥିବାବେଳେ ପୁରୁଷଙ୍କ ମୃତ୍ୟୁ ହାର ୨.୯ ରହିଥିଲା। ହାରାହାରି ମୃତ୍ୟୁ ୩.୧ ପ୍ରତିଶତ ରହିଥିବା ରିପୋର୍ଟରେ ଦର୍ଶାଯାଇଛି।

Share