ଭୁବନେଶ୍ୱର,୨୪।୩ : ରାଜ୍ୟରେ ଚାଲିଥିବା କୋଭିଡ୍-୧୯ ଟିକାକରଣ ପ୍ରକ୍ରିୟାରେ ଭାକ୍ସିନ ନେଇଥିବା ଲୋକଙ୍କ ସଂଖ୍ୟା ବୁଧବାର ୨୦ ଲକ୍ଷ ଅତିକ୍ରମ କରିଛି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବା ପାଇଁ ଓଡ଼ିଶାକୁ ଲାଗିଛି ୫୬ ଦିନ। ପ୍ରଥମ ୧୦ ଲକ୍ଷ ଡୋଜ ଦେବା ପାଇଁ ୪୫ ଦିନ ଲାଗିଥିଲା। କିନ୍ତୁ ପରବର୍ତ୍ତୀ ୧୦ ଲକ୍ଷ ଲୋକଙ୍କୁ ମାତ୍ର ୧୧ ଦିନରେ ଦିଆଯାଇଛି କୋଭିଡ୍ ଟିକା। ସ୍ବାସ୍ଥ୍ୟକର୍ମୀ, କରୋନା ଯୋଦ୍ଧା ଓ ବିଭିନ୍ନ ବୟସ ବର୍ଗର ନଗରିକଙ୍କୁ ଏପର୍ଯ୍ୟନ୍ତ ଟିକା ଦିଆଯାଇଛି। ଏଥି ନେଇ ଟିକାକରଣ ପ୍ରକ୍ରିୟାରେ କାର୍ଯ୍ୟ କରୁଥିବା ପୂରା ଦଳକୁ ଶ୍ରେୟ ଦେଇଛି ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।