ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଚାଲିଗଲା ୨ ନାବାଳକଙ୍କ ଜୀବନ

ମାଲକାନଗିରି,୧୩ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ବିଜାପୁର ଜିଲାରେ କ୍ଷେତରେ ଖଞ୍ଜା ଯାଇଥିବା ୟୁଜିବି ଲ୍ୟାଣ୍ଡମାଇନ୍‌ ସଂସ୍ପର୍ଶରେ ଆସି ସୋମବାର ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବୋଡଗା ଗ୍ରାମର ଲକ୍ଷ୍ମଣ ଓୟାମ (୧୩) ଓ ବେଟି ଓୟାମ (୧୧)।

ମିଳିଥିବା ସୂଚନା ମୁତାବକ, ବିଜାପୁର ଜିଲା ଇନ୍ଦ୍ରାବତୀ ନଦୀ ଅପର ପାର୍ଶ୍ୱରେ ଥିବା ବୋଡଗା ଗ୍ରାମର ଏକ କ୍ଷେତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହେବା ଫଳରେ ଘଟଣାସ୍ଥଳରେ ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ଗ୍ରାମ ପାଖ କ୍ଷେତ ନିକଟରେ ନାବାଳକ ଦ୍ୱୟ ଖେଳୁଥିବା ବେଳେ ହଠାତ୍‌ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଥିତ୍ଲା। ଫଳରେ ଦୁହିଁଙ୍କର ମୃତ୍ୟୁ ଘଟିଥିଲା। ଘଟଣାର ତଦନ୍ତ ଚାଲିଥିବା ବିଜାପୁର ଏସ୍‌ପି ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି ା

Share