୨ ବିଧାୟକଙ୍କୁ କରୋନା

ଭୁବନେଶ୍ୱର, ୨।୯(ବ୍ୟୁରୋ): ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଦୁଇଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଭୁବନେଶ୍ୱର ବିଜେଡି ଜିଲା ସଭାପତି ତଥା ବିଧାୟକ ସୁଶାନ୍ତ କୁମାର ରାଉତ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଉଲ୍ଲେଖ କରିଛନ୍ତି, ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ଯେଉଁମାନେ କିଛିଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଯଦି ଉଚିତ ମନେ କରନ୍ତି ତେବେ ନିଜର ଟେଷ୍ଟିଂ ସହିତ ଆଇସୋଲେଶନରେ ରଖିବାକୁ ଅନୁରୋଧ କରିଛନ୍ତି। ସୁଶାନ୍ତ ବର୍ତ୍ତମାନ ହୋମ୍‌ ଆଇସୋଲେଶନ୍‌ରେ ଅଛନ୍ତି। ଅନ୍ୟପଟେ ବରି ବିଧାୟିକା ସୁନନ୍ଦା ଦାସ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର କୌଣସି ଲକ୍ଷଣ ନାହିଁ। ହେଲେ ଟେଷ୍ଟିଂ କରିବା ପରେ ରିପୋର୍ଟ ପଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ନିଜକୁ ହୋମ୍‌ କ୍ୱାରାଣ୍ଟାଇନରେ ରଖିଛନ୍ତି। ସେ ସୁସ୍ଥ ଅଛନ୍ତି। ବିଗତ ଦିନରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ସଙ୍ଗରୋଧରେ ରହିବାକୁ ଏବଂ କରୋନା ପରୀକ୍ଷା କରାଇ ନେବାକୁ ସେ ଟୁଇଟ୍‌ କରି ଅନୁରୋଧ କରିଛନ୍ତି।

Share