Categories: ଜାତୀୟ

‘ନିଟ କ’ଣ ମୁଁ ତ IIT ପେପର ଲିକ କରିଦେବି…’ ବିବାଦୀୟ ବୟାନକୁ ନେଇ ଆରେଷ୍ଟ ହେବେ ୟୁପିର ୨ ବିଧାୟକ!

ଲକ୍ଷ୍ନୌ,୧୧।୭: ନିକଟରେ, ନିଟ୍‌ ପେପର ଲିକ ଏବଂ ଅନିୟମିତତାକୁ ନେଇ ସୁଭାସପାର ବିଧାୟକ ବେଦୀ ରାମଙ୍କ ଏକ ସିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ କହିଥିଲେ ଯେ କେବଳ ନିଟ୍‌ ନୁହେଁ, ମୁଁ ଆଇଆଇଟି (IIT)ପେପର ଲିକ କରଦେବି। ଭିଡିଓ ଭାଇରାଲ ହେବା ମାତ୍ରେ ସୁଭାସପା ମୁଖ୍ୟ ଓମପ୍ରକାଶ ରାଜଭର ଏବଂ ତାଙ୍କ ପୁଅ ଗୃହମନ୍ତ୍ରୀଙ୍କୁ ଭେଟି ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ବିଧାୟକ ବେଦୀ ରାମ ଏବଂ ନିଶାଦ ପାର୍ଟିର ବିଧାୟକ ଭିପୁଲ ଦୁବେଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ସମଗ୍ର ବିଷୟ ଫେବୃଆରୀ ୨୦୦୬ ସହିତ ଜଡିତ । ରେଳବାଇ ଗ୍ରୁପ ଡି ନିଯୁକ୍ତି ପେପର ଲିକ ମାମଲାରେ ଲକ୍ଷ୍ନୌର ସ୍ବତନ୍ତ୍ର ଗ୍ୟାଙ୍ଗଷ୍ଟର କୋର୍ଟ ବିଧାୟକ ବେଦୀ ରାମ ଏବଂ ଭିପୁଲ ଦୁବେଙ୍କୁ ଗିରଫ କରି ଜୁଲାଇ ୨୬ରେ କୋର୍ଟରେ ହାଜର କରିବାକୁ କୃଷ୍ଣନଗର ପୋଲିସ ଷ୍ଟେଶନର ଇନ୍ସପେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଉଭୟ ବିଧାୟକ ତଥା ଅନ୍ୟ ୧୭ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି।

Share