Categories: ଜାତୀୟ

ଧରା ପଡ଼ିଲେ ୨୫୦ କୁକୁର ଛୁଆ ହତ୍ୟାକାରୀ ମାଙ୍କଡ଼

ନୂଆଦିଲ୍ଲୀ,୧୯।୧୨: ମହାରାଷ୍ଟ୍ରର ଏକ ଗ୍ରାମରେ ୨୫୦ କୁକୁର ଛୁଆଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଦୁଇ ମାଙ୍କଡ଼ଙ୍କୁ ଧରି ନିଆଯାଇଛି। ସେହି ଅଞ୍ଚଳରେ ଏକ ଶିଶୁ ମାଙ୍କଡ଼ର ମୃତ୍ୟୁକୁ ନେଇ ଦୁଇ ମାଙ୍କଡ଼ ପ୍ରତିଶୋଧ ପରାୟଣ ହୋଇ କୁକୁର ଛୁଆଙ୍କୁ ହତ୍ୟା କରୁଥିଲେ।

“ଅନେକ କୁକୁର ଛୁଆ (ପପି)ଙ୍କ ହତ୍ୟାରେ ସମ୍ପୃକ୍ତ ଦୁଇ ମାଙ୍କଡ଼କୁ ବିଡ୍‌ ଅଞ୍ଚଳରୁ କାବୁ କରିଛି ନାଗପୁର ଜଙ୍ଗଲ ବିଭାଗ ଦଳ। ମାଙ୍କଡ଼ଙ୍କୁ ନାଗପୁର ନିଆଯାଇ ଜଙ୍ଗଲରେ ଛଡ଼ାଯିବ ” ବୋଲି ବିଡ୍‌ ଜଙ୍ଗଲ ଅଧିକାରୀ ସଚିନ କାଣ୍ଡ କହିଛନ୍ତି।

ଲଭୁଲ ଗ୍ରାମରେ ଗତ କିଛି ମାସ ହେଲା ଦୁଇ ମାଙ୍କଡ଼ କୁକୁର ଛୁଆଙ୍କୁ ହତ୍ୟା କରୁଥିଲେ ବୋଲି ସ୍ଥାନୀୟ ବସୀନ୍ଦା କହିଛନ୍ତି। ସେମାନେ କୁକୁର ଛୁଆଙ୍କୁ ଦେଖିବା ମାତ୍ରେ, ତାକୁ ଧରି ନେଇ ଉଚ୍ଚକୁ ଚଢ଼ି ଫୋଗାଡ଼ି ଦେଉଥିଲେ। ମାଙ୍କଡ଼ମାନେ ସ୍କୁଲ ଛୁଆଙ୍କୁ ଆକ୍ରମଣ କରିବା ପରେ ଧାରୁରର ଜଙ୍ଗଲ ବିଭାଗକୁ ଜଣାଇଥିଲେ ଗ୍ରାମମାସୀ। ଏହି ଘଟଣା କେବଳ ସ୍ଥାନୀୟ ବାସୀନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିଲା, ତାହା ନୁହେଁ ସୋସିଆଲ ମିଡିଆରେ ଏ ନେଇ ଖୁବ ମିମ୍ସ ଭାଇରାଲ ହେଉଛି।

Share