Categories: ଜାତୀୟ

କୁନୋ ଜାତୀୟ ଉଦ୍ୟାନରେ ଆଉ ୨ ଚିତା ଶାବକଙ୍କ ମୃତ୍ୟୁ

ଭୋପାଳ,୨୫।୫: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପ୍ରଥମ ଶାବକର ମୃତ୍ୟୁର କିଛି ଦିନ ପରେ ଗୁରୁବାର ଆଉ ଦୁଇ ଶାବକ ଚିତାଙ୍କର ମୃତ୍ୟୁ ଘଟିଛି। ଚିତା (ସିୟା) ଚଳିତ ବର୍ଷ ମାର୍ଚ୍ଚ ୨୪ରେ ଚାରିଟି ଛୁଆ ଜନ୍ମ କରିଥିଲା। ତିନି ଶାବକ ଚିତାଙ୍କର ମୃତ୍ୟୁ ହୋଇଥିବାବେଳେ ଚତୁର୍ଥ ଶାବକର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଅବଜରଭେଶନରେ ରଖାଯାଇଛି। ଜଙ୍ଗଲ ବିଭାଗର ଅଧିକାରୀଙ୍କ ଅନୁଯାୟୀ, ଦୁର୍ବଳତା ଯୋଗୁ ପ୍ରଥମ ଶାବକଟିର ମୃତ୍ୟୁ ହୋଇଛି।

Share