Advertisement

ଗଞ୍ଜାମରେ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ ୨ କୋଭିଡ କେୟାର ସେଣ୍ଟର: ୩୦୦ ବେଡ୍‌, ୩୬ ଆଇସିୟୁ ବ୍ୟବସ୍ଥା

ଛତ୍ରପୁର, ୨୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲାରେ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲ ଓ ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜରେ ଉତ୍ସର୍ଗୀକୃତ କୋଭିଡ୍‌ କେୟାର ସେଣ୍ଟର ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ। ଏଥିରେ ୧୫୦ ଲେଖାଏ ମୋଟ ୩୦୦ ବେଡ୍‌ ରହିବ। ଏଥିସହ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ୧୬ ଆଇସିୟୁ ଓ ଏମ୍‌କେସିଜି କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ରରେ ୨୦ଟି ଆଇସିୟୁର ବ୍ୟବସ୍ଥା ହେଉଛି। ପ୍ରତି ବେଡ୍‌ ଅକ୍ସିଜେନ ରହିତ ଅଛି। ଏ ସମ୍ପର୍କରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଜିଲାରେ ପୂର୍ବରୁ ଟାଟା କୋଭିଡ୍‌ ହସ୍ପିଟାଲ, ପାରଳା ମହାରାଜା କୋଭିଡ୍‌ କେୟାର ସେଣ୍ଟର, ହିଞ୍ଜିଳି, ଭଞ୍ଜନଗର, ପାଲୁର କୋଭିଡ୍‌ କେୟାର ସେଣ୍ଟର, ପ୍ରତି ପଞ୍ଚାୟତରେ କୋଭିଡ୍‌ କେୟାର ହୋମ ରହିଛି। ଜିଲାରେ ସ୍ବାସ୍ଥ୍ୟ ଭିତିଭୂମିର ଅଭାବ ନାହିଁ। ତେଣୁ ଭୟ କରିବାର କିଛି ନାହିଁ ବୋଲି ଜ଼ିଲାପାଳ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି। ପ୍ରଶାସନକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ଜିଲାପାଳ ଅନୁରୋଧ କରିଛନ୍ତି। ବ୍ରହ୍ମପୁରରେ ଥିବା ଅମିତ ହସ୍ପିଟାଲକୁ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ପରିଣତ କରାଯାଇଛି। ଏ ନେଇ ଜିଲା ପ୍ରଶାସନ ଓ ଅଶ୍ୱିନୀ ହସ୍ପିଟାଲରେ ବୁଝାମଣା ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share