ବିବାହ କରିବେ ଆଉ ୨ ଜିଲାପାଳ

ଭୁବନେଶ୍ୱର,୫।୫(ବ୍ୟୁରୋ): ସମ୍ବଲପୁର ଜିଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରଣାଙ୍କ ବିବାହ ଶେଷ ହେଉ ହେଉ ଆଉ ୨ ଜିଲାପାଳ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ପୁରୀ ଜଲାପାଳ ସମର୍ଥ ବର୍ମା ରାୟଗଡ଼ା ଜିଲାପାଳ ସ୍ବେଧା ଦେବ ସିଂହ ବିବାହ କରିବାକୁ ଯାଉଛନ୍ତି। ଆସନ୍ତା ୧୫ ତାରିଖରେ ବିବାହ ଅନୁଷ୍ଠିତ ହେବ। ବାରଣାସୀରେ ରାୟଗଡ଼ା ଜିଲାପାଳଙ୍କ ଘର ହୋଇଥିବାରୁ ଏ ନେଇ ସେଠାରେ ଭବ୍ୟ ବିବାହର ଆୟୋଜନ କରାଯାଇଛି। କିଛି ବରିଷ୍ଠ ଅଧିକାରୀ, ସେବାୟତଙ୍କ ଏହି ବିବାହକୁ ନିମନ୍ତ୍ରଣ କରାଯାଇଛି ।
ସୂଚନାଯୋଗ୍ୟ, ଆସନ୍ତା ୬ ତାରିଖରେ ରଥଯାତ୍ରା ଦ୍ୱିତୀୟ ସମନ୍ବୟ ବୈଠକ ପରେ ପୁରୀ ଜିଲପାଳ ବର୍ମା ବିବାହ ପାଇଁ ଛୁଟିରେ ଯିବାର କାର୍ଯ୍ୟକ୍ରମ ରହିଛି। ସେ ଆସନ୍ତା ୭ ତାରିଖରୁ ଲମ୍ବା ଛୁଟିରେ ଯିବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷେ ରାୟଗଡ଼ା ଜଲାପାଳ ମଧ୍ୟ ଆସନ୍ତା ୭ ତାରିଖରୁ ବିବାହ ପାଇଁ ଛୁଟିରେ ଯାଉଥିବା ଶୁଣିବାକୁ ମିଳିଛି।

Share