Categories: ଖେଳ

ଏସିଆନ୍‌ ଗେମ୍ସରେ ଭାରତକୁ ଆଉ ୨ ପଦକ

ହାଙ୍ଗଝୋ,୨୬।୯: ଏସିଆନ୍‌ ଗେମ୍ସରେ ଭାରତର ଭଲ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ସେଲିଂରେ ଇବାଦ ଅଲି ବ୍ରୋଞ୍ଜ ପଦକ ଜିତିଛନ୍ତି। ପୁରୁଷ ୱିଣ୍ଡସଫର୍ର୍‌ ଆରଏସ ଏକ୍ସ ଇଭେଣ୍ଟରେ ଇବାଦ ଅଲି ୫୨ ସ୍କୋର କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଥାଇଲ୍ୟାଣ୍ଡର ନାଥାଫୋଙ୍ଗ ଫୋନପ୍ରାଟ ୨୯ ଏବଂ ଦକ୍ଷିଣ କୋରିଆର ଚୋ ୱନୱୁ ୧୩ ସ୍କୋର ସହ ସ୍ବର୍ଣ୍ଣ ଜିତିଛନ୍ତି। ଏହାପୂର୍ବରୁ ଆଜି ସକାଳେ ନେହା ଠାକୁର ମହିଳା ସେଲିଂରେ ରୌପ୍ୟ ପଦକ ଜିତିଥିଲେ।
ଏସିଆନ୍‌ ଗେମ୍ସରେ ପ୍ରଥମ ଦିନରେ ଦେଶ ୫ଟି ଏବଂ ଦ୍ୱିତୀୟ ଦିନରେ ୬ଟି ପଦକ ପାଇଛି। ତୃତୀୟ ଦିନ ୨ ପଦକ ସହ ମୋଟ ୧୫ ପଦକ ସହ ପଦକ ଟେବୁଲରେ ଭାରତ ଷଷ୍ଠ ସ୍ଥାନରେ ରହିଛି। ଭାରତର ଦୁଇଟି ସ୍ବର୍ଣ୍ଣ, ୫ ଚୌପ୍ୟ ଏବଂ ୮ଟି ବ୍ରୋଞ୍ଜ ପଦକ ରହିଛି।

Share