Categories: ଜାତୀୟ

ପୁଣି ୨ଏମପି ନିଲମ୍ବିତ

ନୂଆଦିଲ୍ଲୀ,୨୦।୧୨: ସଂସଦ ତାତି ଥମି ନ ଥିବାବେଳେ ପୁଣି ୨ଏମପିଙ୍କୁ ନିଲମ୍ବିତ କରାଯାଇଛି। ବୁଧବାର, ଗୃହ ଅବମାନନା ମାମଲାରେ ବାଚସ୍ପତି ଦୁଇ ବିରୋଧୀ ଦଳ ନେତା ସି ଥମାସ ଏବଂ ଏ ଏମ ଆରିଫଙ୍କୁ ସଂସଦ ଅଧିବେଶନ ସରିବା ପର୍ଯ୍ୟନ୍ତ ନିଲମ୍ବିତ କରିଛନ୍ତି। ଏବେ ପର୍ଯ୍ୟନ୍ତ ମୋଟ ଲୋକସଭା ଓ ରାଜ୍ୟସଭାରୁ ୧୪୩ ଏମପିଙ୍କୁ ନିଲମ୍ବିତ କରାଯାଇଛି।ସୂଚନାଯୋଗ୍ୟ, ସୋମବାର ଲୋକସଭାରୁ ୩୩, ରାଜ୍ୟସଭାରୁ ୪୫, ମଙ୍ଗଳବାର ୪୯ ଏମପିଙ୍କୁ ନିଲମ୍ବିତ ହୋଇଛନ୍ତି। ଗତ ସପ୍ତାହ ଅର୍ଥାତ ଡିସେମ୍ବର୧୪ରେ ଲୋକସଭାରୁ ୧୩ ଏବଂ ରାଜ୍ୟସଭାରେ ଜଣେ ଏମପିଙ୍କୁ ନିଲମ୍ବନ କରାଯାଇଛି।

Share