Categories: ଜାତୀୟ

ସୁପ୍ରିମକୋର୍ଟରେ ୨ ନୂଆ ବିଚାରପତି

ନୂଆଦିଲ୍ଲୀ,୧୩ା୭: ଦୁଇଜଣ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ବୁଧବାର ସୁପ୍ରିମକୋର୍ଟ ବିଚାରପତି ରୂପେ ପଦୋନ୍ନତି ମିଳିଛି। ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ନବନିଯୁକ୍ତ ବିଚାରପତି ଦ୍ୱୟ ହେଲେ ଜଷ୍ଟିସ୍‌ ଉଜ୍ଜଲ ଭୂୟଁା ଏବଂ ଏସ୍‌. ଭେଙ୍କଟନାରାୟଣ ଭଟ୍ଟି। ଜଷ୍ଟିସ୍‌ ଭୂୟଁା ତେଲଙ୍ଗାନା ହାଇକୋର୍ଟ ମୁଖ୍ୟ ବିଚାରପତି ଥିବାବେଳେ ଜଷ୍ଟିସ୍‌ ଭଟ୍ଟି କେରଳ ହାଇକୋର୍ଟ ମୁଖ୍ୟ ବିଚାରପତି ଅଛନ୍ତି। ସୁପ୍ରିମକୋର୍ଟରେ ଉଭୟଙ୍କ ନିଯୁକ୍ତି ସକାଶେ ଗତ ୫ରେ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଲେଜିୟମ୍‌ ବୈଠକରେ ସୁପାରିସ କରାଯାଇଥିଲା। ସର୍ବୋଚ୍ଚ ଅଦାଲତରେ ମୋଟ ୩୪ ବିଚାରପତି ରହିବା କଥା। କିନ୍ତୁ ବର୍ତ୍ତମାନ ୩୦ ଜଣ ଅଛନ୍ତି। ଏହି ୨ ବିଚାରପତି ଶପଥ ନେବା ପରେ ଆଉ ୨ ଜଷ୍ଟିସ୍‌ ପଦ ଖାଲିପଡ଼ିବ।

Share