କଟକ ଅଫିସ,୩୦ା୮:ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି)ର ନୂତନ ସଦସ୍ୟ ଭାବେ ସନତ କୁମାର ମହାନ୍ତି ଯୋଗଦେଇଛନ୍ତି। ସୋମବାର ଓପିଏସସି ଅଧ୍ୟକ୍ଷ ଡ. ସତ୍ୟଜିତ ମହାନ୍ତି ତାଙ୍କୁ ଶପଥ ପାଠ କରାଇଛନ୍ତି। ମହାନ୍ତି ପୂର୍ବରୁ ଖୋର୍ଦ୍ଧା ଜିଲାପାଳ ଥିଲେ। ଗତ ମାର୍ଚ୍ଚରେ ସେ ଅବସର ଗ୍ରହଣ କରିଥିଲେ। ଏହାପରେ ସେ ଓପିଏସ୍ସି ସଦସ୍ୟ ଭାବେ ଯୋଗଦେଇଛନ୍ତି। ସେହିପରି ଓପିଏସ୍ସିର ଅନ୍ୟତମ ସଦସ୍ୟ ଭାବେ ଡ. ସରିତା ସୁପକାର ଯୋଗଦେଇଛନ୍ତି। ଡ. ସୁପକାର ପୂର୍ବରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଭାବେ କାର୍ଯ୍ୟରତ ଥିଲେ।