ଶପଥ ନେଲେ ବିଜୟ ଶଙ୍କର, ସ୍ବରୂପ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ତିର୍ତ୍ତୋଲ ଓ ବାଲେଶ୍ୱର ସଦର ନବନିର୍ବାଚିତ ବିଧାୟକ ବୁଧବାର ଶପଥ ନେଇଛନ୍ତି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଏବଂ ବାଲେଶ୍ୱର ବିଧାୟକ ସ୍ବରୂପ ଦାସଙ୍କୁ ଶପଥ ପାଠ କରାଇଛନ୍ତି। ଆସନ୍ତା ୨୦ ତାରିଖ ବିଧାନସଭା ଅଧିବେଶନରେ ଉଭୟେ ଭାଗ ନେବେ।
ସୂଚନାଯୋଗ୍ୟ, ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନରେ ବାଜିମାତ୍‌ କରିଥିଲା ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉଭୟ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଭୋଟର ଓ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଥିଲେ।

Share