କଟକ ଅଫିସ,୪ା୭-ଦୁଇ ମାସରୁ ଅଧିକ ସମୟ ହେବ କଟକର ଏକ କୋଭିଡ୍ ହସ୍ପିଟାଲରେ କାମ କରୁଥିବା ୨ଜଣ ନର୍ସ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସେମାନେ ପୂର୍ବରୁ କଟକ ସିଡିଏସ୍ଥିତ ଏକ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାମ କରୁଥିଲେ। ପରେ ସେମାନଙ୍କୁ କୋଭିଡ୍ ହସ୍ପିଟାଲରେ ନିଯୁକ୍ତ କରାଯାଇଥିଲା। ଚଳିତ ମାସ ପହିଲାରେ କରୋନା ଟେଷ୍ଟ ନ କରାଇ ସେମାନଙ୍କୁ ପୁଣି ରୋଟେସନରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଥିଲା। ଉକ୍ତ ନର୍ସ ଦୁଇଜଣ ବୋଷ୍ କଲୋନୀରେ ରହି ସିଡିଏକୁ ଡ୍ୟୁଟିରେ ଯାଉଥିଲେ। କିନ୍ତୁ ହଠାତ୍ ସେମାନେ ସ୍ବେଚ୍ଛାକୃତ ଭାବେ କରୋନା ପରୀକ୍ଷା କରାଇବାରୁ ଲକ୍ଷଣ ନ ଥାଇ ମଧ୍ୟ ରିପୋର୍ଟ ପଜିଟିଭ ଆସିଛି। ଶନିବାର ସକାଳେ ଚିକିତ୍ସା ପାଇଁ ସେମାନଙ୍କୁ କୋଭିଡ୍ ହସ୍ପିଟାଲ ପଠାଯାଇଛି ା