Categories: ଖେଳ

୨ ଓଡ଼ିଆ ଅମିତ, ନିଲମ

ହକି ବିଶ୍ୱକପରେ ଭାରତ ପକ୍ଷରୁ ୨ ଜଣ ଓଡ଼ିଆ ଖେଳାଳି ପ୍ରତିନିଧିତ୍ୱ କରୁଛନ୍ତି। ସେମାନେ ହେଲେ ସୁନ୍ଦରଗଡ ଜିଲା ବାଲିଶଙ୍କରା ବ୍ଲକ ସଉନାମରା ଗ୍ରାମର ଅମିତ ରୋହି ଦାସ ଓ କାଦୋବାହାଲର ନିଲମ ସଞ୍ଜୀବ ଖେସ। ଭାରତୀୟ ଦଳର ନିର୍ଭରଯୋଗ୍ୟ ଡିଫେଣ୍ଡର ଅମିତଙ୍କ ପାଇଁ ଏହା ଦ୍ୱିତୀୟ ବିଶ୍ୱକପ୍‌ ହୋଇଥିବାବେଳେ ନିଲମ ଖେଳିବେ ଜୀବନର ପ୍ରଥମ ବଡ଼ ପ୍ରତିଯୋଗିତା। ଅମିତଙ୍କ ଉପରେ ଦଳର ଉପ-ଅଧିନାୟକ ଦାୟିତ୍ୱ ମଧ୍ୟ ନ୍ୟସ୍ତ କରାଯାଇଛି। ଜନ୍ମ ମାଟିରେ ଦ୍ୱିତୀୟ ଥରପାଇଁ ବିଶ୍ୱକପ୍‌ ଖେଳିବାକୁ ଯାଉଥିବାରୁ ସ୍ବାଭାବିକଭାବେ ଉତ୍ସାହିତ ଅଛନ୍ତି ଅମିତ। ”ଭାଗ୍ୟରେ ଥିଲେ ନିଜ ମାଟିରେ ଖେଳିବାର ସୁଯୋଗ ମିଳେ। ଏହା ସମ୍ଭବ ହୋଇ ପାରିଥିବାରୁ ମୁଁ ଗର୍ବ ଅନୁଭବ କରୁଛି ା ବିର୍ସାମୁଣ୍ଡା ଷ୍ଟାଡିୟମର ନୂଆଟର୍ଫରେ ନିଜ ପରିବେଶରେ ଖେଳିବାର ଅନୁଭୂତି ମୋତେ ନିଶ୍ଚିତ ପ୍ରେରଣାଦେବ। ଭୁବନେଶ୍ୱର ସମେତ ରାଉରକେଲାରେ ଏଥର ବିଶ୍ୱକପ ହେଉଥିବାରୁ ବ୍ୟକ୍ତିଗତ ଭାବେ ମୁଁ ବହୁତ ଖୁସି ଅଛି। ଏହା ନିଶ୍ଚିତ ସ୍ମରଣୀୟ ହେବ। ହକିପ୍ରତି ଓଡ଼ିଶା ସରକାରଙ୍କ ଆନ୍ତରିକତା ଯୋଗୁ ରାଜ୍ୟରେ ଦ୍ୱିତୀୟ ଥରପାଇଁ ବିଶ୍ୱକପ ହେବାକୁ ଯାଉଛି। ଆଗାମୀ ବିଶ୍ୱକପରେ ମ୍ୟାଚପରେ ମ୍ୟାଚକୁ ଦୃଷ୍ଟିରେ ରଖି ଆମେ ଖେଳିବୁ। କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ବା ଆମର ପ୍ରଥମ ଲକ୍ଷ୍ୟ ରହିବ। ନିକଟ ଅତୀତରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରି ଆସିଛି। ତେଣୁ ଆଗାମୀ ବଡ଼ ପ୍ରତିଯୋଗିତାରେ ମଧ୍ୟ ଉନ୍ନତ ପ୍ରଦର୍ଶନର ଆଶା ରହିଛି। ଦର୍ଶକମାନେ ବହୁ ସଂଖ୍ୟାରେ ଷ୍ଟାଡିୟମକୁ ଆସି ଖେଳାଳିଙ୍କୁ ଉତ୍ସାହିତ କରିବାକୁ ମୋର ଅନୁରୋଧ“ ବୋଲି ଅମିତ ପ୍ରକାଶ କରିଛନ୍ତି।

Share