କଟକ ଅଫିସ,୯ା୭- ଜୁଲାଇ ୧୫ରୁ ଗୋଆଠାରେ ୧୬ବର୍ଷରୁ କମ୍ ବାଳକ ଜାତୀୟ ଫୁଟବଲ ଶିବିର ଆରମ୍ଭ ହେବ। ଅଲଇଣ୍ଡିଆ ଫୁଟବଲ ଫେଡେରେଶନ(ଏଆଇଏଫ୍ଏଫ୍) ଦ୍ୱାରା ଆୟୋଜିତ ଏହି ଶିବିରରେ ଦୁଇ ଜଣ ଓଡ଼ିଆ ଖେଳାଳିଙ୍କୁ ସାମିଲ କରାଯାଇଛି। ଏମାନେ ହେଲେ କନ୍ଧମାଳ ସ୍ପୋଟର୍ସ ହଷ୍ଟେଲର ଏ. ଶିବ ପ୍ରସାଦ ଓ ଭୁବନେଶ୍ୱରର ରଞ୍ଜନ ସୋରେନ। ଉଭୟଙ୍କୁ ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ)ର ସମ୍ପାଦକ ଆଶୀର୍ବାଦ ବେହେରା ଶୁଭେଚ୍ଛା ଜଣାଇଛନ୍ତି।