ଭାରତରେ ନୂଆ ପ୍ରଜାତିର ଏଣ୍ଡୁଅ ଆବିଷ୍କୃତ: ଗବେଷଣା ଟିମ୍‌ରେ ୨ ଓଡ଼ିଆ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଭାରତରେ ଏକ ନୂଆ ପ୍ରଜାତିର ଏଣ୍ଡୁଅ ଆବିଷ୍କୃତ ହୋଇଛି। ଏହି ନୂଆ ପ୍ରଜାତି ଏଣ୍ଡୁଅର ନାମକରଣ ଓଡ଼ିଶାର ବିଖ୍ୟାତ ହରପେଟୋଲୋଜିଷ୍ଟ ପ୍ରଫେସର ସୁଶୀଲ ଦତ୍ତଙ୍କ ନାମ ଅନୁସାରେ ରଖାଯାଇଛି। ଏହି ନୂଆ ପ୍ରଜାତି ଏଣ୍ଡୁଅର ବୈଜ୍ଞାନିକ ନାମ ସିଟାନା ସୁଶିଲି ରଖାଯାଇଛି। ଭାରତର ୪ଟି ରାଜ୍ୟରେ ଯଥା ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଏହି ନୂଆ ପ୍ରଜାତିର ଏଣ୍ଡୁଅକୁ ଗବେଷକମାନେ ଦେଖିଛନ୍ତି। ବିଶିଷ୍ଟ ଟାକ୍ସୋନୋମି ଜର୍ନାଲ ଜୁଟାକ୍ସାରେ ଶୁକ୍ରବାର ଏହି ଗବେଷଣା ପ୍ରକାଶିତ ହୋଇଛି। ଭାରତ, ଜର୍ମାନୀ ଓ ଇଂଲଣ୍ଡର ୫ ଜଣ ଗବେଷକ ଏହି ନୂଆ ପ୍ରଜାତିକୁ ଆବିଷ୍କାର କରିବାରେ ସଫଳ ହୋଇଛନ୍ତି। ଇଂଲଣ୍ଡର ନାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ ଏବଂ ଜର୍ମାନୀ ମ୍ୟୁଜିୟମ, ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଡେରାଡୁନର ୱାଇଲ୍ଡ୍‌ଲାଇଫ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ଏବଂ ମଧ୍ୟପ୍ରଦେଶର ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର ମିଳିତ ଗବେଷଣାରୁ ଏହି ସଫଳତା ମିଳିଛି। ଏଥିପାଇଁ ଗବେଷକମାନେ ଏଣ୍ଡୁଅର ଡିଏନ୍‌ଏ ଟେଷ୍ଟ ମଧ୍ୟ କରିଥିଲେ। ଏହି ସିଟାନା ସୁଶିଲି ଏକ କ୍ଷୁଦ୍ର ଏଣ୍ଡୁଅ ଯାହାର ସର୍ବାଧିକ ଏସ୍‌ଭିଏଲ ଲମ୍ବ ୪୮ମି.ମି. ହୋଇଥାଏ। ଏହାର ମୁଣ୍ଡ ବାଦାମୀ ରଙ୍ଗର ହେବା ସହ ଆଖି ପଛରୁ ଆରମ୍ଭ ହୋଇଥିବା ଏକ ଗାଢ଼ ବାଦାମୀ ଅନିୟମିତ ରେଖା ଲମ୍ବିଥାଏ। ଏହି ଗବେଷକ ଟିମରେ ୨ଜଣ ଓଡ଼ିଆ ଅଛନ୍ତି। ସେମାନେ ହେଲେ ବାଲେଶ୍ୱରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ଡ. ନୀଳାଦ୍ରି ଭୂଷଣ କର ଏବଂ ମଧ୍ୟପ୍ରଦେଶସ୍ଥିତ ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର ବୈଜ୍ଞାନିକ ଡ. ପ୍ରତ୍ୟୁଷ ପି. ମହାପାତ୍ର।


Enter your email to get our daily news in your inbox.

All Right Reserved By Dharitri.Com

ଅତିରିକ୍ତ ଜିଲାପାଳଙ୍କୁ ଭାଜପା ଜିଲା ସଭାପତିଙ୍କ ଦୁର୍ବ୍ୟବହାର ଅଭିଯୋଗ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଅତିରିକ୍ତ ଜିଲାପାଳ (ଏଡିଏମ୍‌) ନିହାର ରଞ୍ଜନ କହଁରଙ୍କୁ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ...

ବିଧାନସଭାରେ ଘଣ୍ଟା ବାଡେଇ, ତୂରୀ ଫୁଙ୍କି କଂଗ୍ରେସର ପ୍ରତିବାଦ

ଭୁବନେଶ୍ୱର,୨୧ା୩: ଶୁକ୍ରବାର ବିଧାନସଭା ଆରମ୍ଭରୁ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି।ନାରୀ ସୁରକ୍ଷା ପ୍ରସଙ୍ଗରେ ଘଣ୍ଟ ବାଡ଼େଇ କଂଗ୍ରେସର ଜୋରଦାର ପ୍ରତିବାଦ କରିଛି। କଲା ଡ୍ରେସ...

ଆଜି ତାଣ୍ଡବ ରଚିବ କାଳବୈଶାଖୀ, ବିଜୁଳି-ଘଡ଼ଘଡ଼ି ସହ ହେବ…

ଭୁବନେଶ୍ୱର,୨୧ା୩: ରାଜ୍ୟରେ ଶୁକ୍ରବାର କାଳବୈଶାଖୀ ସମ୍ଭାବନା ରହିଛି। ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ ବୋଲି...

ଓଡ଼ିଶାର ଟପ୍ ୧୦ ମନ୍ଦିର

ଓଡ଼ିଶାରେ ଅନେକ ପ୍ରସିଦ୍ଧ ମନ୍ଦିର ରହିଛି, ଯାହା ସ୍ଥାପତ୍ୟ, ସାଂସ୍କୃତିକ ମହତ୍ତ୍ୱ ଓ ଆଧ୍ୟାତ୍ମିକତା ପାଇଁ ଜଣାଶୁଣା। ନିମ୍ନରେ ଓଡ଼ିଶାର ଶ୍ରେଷ୍ଠ ୧୦ଟି ମନ୍ଦିରର ତାଲିକା...

ଅପହଞ୍ଚ ଅଞ୍ଚଳକୁ ଟ୍ୟାଙ୍କରରେ ହେଉଛି ଜଳ ଯୋଗାଣ

ସମ୍ବଲପୁର,୨୧ା୩(ପ୍ରମୋଦ ବହିଦାର): ସମ୍ବଲପୁର ମହାନଗରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୯ଟି ଜଳ ବିଶୋଧନାଗାର ରହିଛି। ପାନୀୟ ଜଳ ବିତରଣକାରୀ ସଂସ୍ଥା ୱାଟ୍‌କୋ ସମ୍ପୂର୍ଣ୍ଣ...

ସାତଜନ୍ମର ସାଥୀ ହେଲେ ୨ ଦିବ୍ୟାଙ୍ଗ, ଅନ୍ୟମାନଙ୍କ ପାଇଁ ସୃଷ୍ଟି କଲେ ଉଦାହରଣ

ବରଗଡ଼,୨୧ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବନ୍ଧପାଲି ଗ୍ରାମର ଚଞ୍ଚଳା ମାଝୀ ଏବଂ ସମ୍ବଲପୁର ଜିଲା ଗମ୍ଭାରିପଙ୍କ ଗ୍ରାମର ଶାନ୍ତନୁ ମଟାରୀ ଜନ୍ମରୁ ଦିବ୍ୟାଙ୍ଗ। ଉଭୟେ ଭଲ...

ଓଲଟିଲା ବରଯାତ୍ରୀ ଗାଡ଼ି: ଜଣଙ୍କ ଜୀବନ ଗଲା, ୬ ଆହତ

ଭବାନୀପାଟଣା,୨୧ା୩: କଳାହାଣ୍ଡି ଜିଲା ଧର୍ମଗଡ଼ରେ ଶୁକ୍ରବାର ଏକ ବରଯାତ୍ରୀ ଗାଡ଼ି ଓଲଟି ପଡ଼ିଛି। ଫଳରେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ...

ଦହିବରା ଖାଇ ଶତାଧିକ ଅସୁସ୍ଥ

ଯାଜପୁର/ବରୀ(ହର୍ଷବର୍ଦ୍ଧନ ବେହେରା/ମହେନ୍ଦ୍ର ସ୍ବାଇଁ),୨୧ା୩: ଯାଜପୁର ଜିଲା ବରୀ ବ୍ଲକର ୩ ପଞ୍ଚାୟତ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ଘରକୁ ଘର ବୁଲି ବିକ୍ରି ହୋଇଥିବା ଦହିବରା ଖାଇ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image