ତଥ୍ୟ ଦେଇ ନ ଥିବା ୨ ଅଧିକାରୀଙ୍କୁ ଜରିମାନା

ଧର୍ମଶାଳା,୨୧ା୧୧ (ବଟକୃଷ୍ଣ ପରିଡ଼ା): ସୂଚନା ଅଧିକାର ଅଇନରେ ତଥ୍ୟ ପ୍ରଦନ କରି ନ ଥିବା ଧର୍ମଶାଳା ବ୍ଲକର ୨ ଅଧିକାରୀଙ୍କୁ ଅର୍ଥ ଦଣ୍ଡ ମିଳିଛି । ସୂଚନା ଅନୁଯାୟୀ, ଧର୍ମଶାଳା ବ୍ଲକରେ କରୋନା କଟକଣା ସମୟରେ ଖାଦ୍ୟ ସୁରକ୍ଷା ଯୋଜନାରେ ଜାଲିଆତି କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ କରାଯାଇଥିବା ଓ ମୃତକଙ୍କ ନାମରେ ଥିବା ରାଶନ୍‌ କାର୍ଡରେ ରାଶନ୍‌ ଉଠାଯାଇ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ବ୍ଲକକୁ ପୂର୍ଣ୍ଣାଙ୍ଗ ତଥ୍ୟ ମାଗିଥିଲେ ହେଲେ ତଥ୍ୟ ତାଙ୍କୁ ମିଳି ନ ଥିଲା। ଏହାକୁ ନେଇ ସେ ସମୟରେ ଉପରସ୍ଥ ଅଧିକାରୀ ଓ ଶେଷରେ ସୂଚନା ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ। ସୂଚନା ଆୟୁକ୍ତ ବି. କେ. ମହାପାତ୍ର ମାମଲାର ବିଚାରକରି ଧର୍ମଶାଳା ବିଡ଼ିଓଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଧର୍ମଶାଳା ବିଡ଼ିଓ ଜୁନ ୨୩ରେ ଦେଇଥିବା ତାଙ୍କ ରିପୋର୍ଟରେ ତକତ୍ାଳୀନ ବ୍ଲକ ଯୋଗାଣ ଅଧିକାରୀ ଜଗମୋହନ ଦାସ ତାଙ୍କ କାର୍ଯ୍ୟରେ ଅବହେଳା କରିଥିବା ଦର୍ଶାଇଥିଲେ । ଏହାକୁ ଆଧାର କରି ସୂଚନା ଆୟୁକ୍ତ ଦାସଙ୍କୁ ୧୫ ହଜାର ଟଙ୍କା ଆର୍ଥତ୍କ ଦଣ୍ଡ ବିଧାନ କରିଛନ୍ତି । ଯଦି ସେ ଉକ୍ତ ଜରିମାନା ରାଶି ନୋଟିସ୍‌ ପାଇବାର ୧ ମାସ ମଧ୍ୟରେ ପ୍ରଦାନ ନ କରନ୍ତି ତେବେ ତାଙ୍କ ଦରମା କିମ୍ବା ପେନସନରୁ ୩ଟି କିସ୍ତିରେ ୨୦୨୪ ଜାନୁୟାରୀରୁ କାଟି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଏହି ବ୍ଲକର ଗ୍ରାମ୍ୟ ଜଳଯୋଗାଣ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ବିଭିନ୍ନ ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିବାପରେ ସୂଚନା ଅଧିକାର କର୍ମୀ ବେହୁରା ତଥ୍ୟ ମାଗିଥିଲେ ମଧ୍ୟ ତଥ୍ୟ ମିଳି ନ ଥିଲା । ଏହାକୁ ନେଇ ସେ ସୂଚନା ଆୟୋଗଙ୍କ ନିକଟରେ ଅଭିଯୋଗ ପରେ ସୂଚନା ଆୟୋଗଙ୍କ ପକ୍ଷରୁ ମାମଲାର ଯାଞ୍ଚ କରାଯିବ ପରେ ତକତ୍ାଳୀନ ଯନ୍ତ୍ରୀ ଦୀପକ କୁମାର ଜେନାଙ୍କୁ ୧୫ ହଜାର ଟଙ୍କା ଆର୍ଥତ୍କ ଦଣ୍ଡ ଦେଇଛନ୍ତି। ମାସକ ମଧ୍ୟରେ ଜେନା ଯଦି ଜରିମାନା ରାଶି ପ୍ରଦାନ ନ କରନ୍ତି ତେବେ ୨୦୨୪ ଜାନୁୟାରୀରୁ ତାଙ୍କ ମାସିକ ଦରମା କିମ୍ବା ପେନସନରୁ କାଟି ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ବଦଳିଲା ପାଗ: କୁହୁଡ଼ି ସାଙ୍ଗକୁ ଝିପିଝିପି ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୨୭ା୧୦: ଶୀତ ଦିନ ଆସିଲେ ଦାରିଙ୍ଗବାଡ଼ିକୁ କେହିକେହି ଓଡ଼ିଶାର ଦାର୍ଜିଲିଂ କୁହନ୍ତି ତ ଆଉ କେହି କେହି ଓଡ଼ିଶାର କଶ୍ମୀର ବୋଲି କହିଥାନ୍ତି। ସତରେ ଦାରିଙ୍ଗବାଡ଼ିର...

ଜେଜେଙ୍କ ଦ୍ୱାଦଶ କ୍ରିୟାରେ ନାଳରେ ବୁଡ଼ି ନାତି ନିଖୋଜ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଭଦ୍ରକ,୨୭ା୧୦(ସନାତନ ରାଉତ): ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ପଣ୍ଡାପାଟଣା ଗ୍ରାମର ରୁଦ୍ର ପଣ୍ଡା(୨୦) କଲଭର୍ଟ ନିକଟରେ ଥିବା ଏକ ନାଳରେ ଗାଧୋଉଥିଲାବେଳେ ଗୋଡ଼ ଖସିଯାଇଥିଲା।...

ଖବରଦାତା ସମ୍ମିଳନୀରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଶଂସା, କହିଲେ ସମସ୍ତଙ୍କ ସହଯୋଗରେ ବିପଦକୁ…

ଭଦ୍ରକ,୨୭ା୧୦(ସନାତନ ରାଉତ): ବାତ୍ୟା ଦାନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭଦ୍ରକ ଜିଲା ଦାୟିତ୍ୱରେ ଥିଲେ।...

ଜଙ୍ଗଲରେ ଚାଲିଥିଲା ଜୁଆଖେଳ, ପୋଲିସ ଗାଡ଼ି ଦେଖି ମାରୁଥିଲେ ଫେରାର, ଆଉ ତା’ ପରେ…

ଦାରିଙ୍ଗବାଡ଼ି,୨୭ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଏକ ଜୁଆଆଡ୍ଡାରେ ଚଢ଼ାଉ କରାଯାଇଛି। ଏଥିରେ ସମ୍ପୃକ୍ତ ୧୩ ଜଣଙ୍କୁ ପୋଲିସ ଗିରଫ କରିବା ସହ...

ଅଧରାତିରେ କେମିତି ଜଳବନ୍ଦୀଙ୍କୁ ଉଦ୍ଧାର କଲେ, ଖବରଦାତା ସମ୍ମିଳନୀରେ କହିଲେ ପୂରା ଘଟଣା…

ଭଦ୍ରକ,୨୭ା୧୦: ବାତ୍ୟା ଦାନା ଟଳି ଯିବା ପରେ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା। ଦୁଇ ଦିନ ପରେ ଏବେବି...

ମଶାଧୂପରୁ ଶ୍ୱାସରୁଦ୍ଧ ହୋଇ ମା’-ଝିଅ ସମେତ ୩ ଅସୁସ୍ଥ

ତିହିଡ଼ି,୨୭ା୧୦(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡା ପଞ୍ଚାୟତ ଅଧୀନ ଦକ୍ଷିଣପାରି ଗ୍ରାମରେ ମଶାଧୂପରେ ଶ୍ୱାସରୁଦ୍ଧ ହୋଇ ମା-ଝିଅ ସମେତ ୩ଜଣ ଅସୁସ୍ଥ ହୋଇଛନ୍ତି।...

କୋରାପୁଟରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ, ବାଦ୍ୟର ତାଳେ ତାଳେ ଝୁମିଲେ…

କୋରାପୁଟ,୨୭ା୧୦(ଅମିତାଭ ବେହେରା): ରବିବାର କୋରାପୁଟ ଜିଲାର ସେମିଲିଗୁଡା ବ୍ଲକର ଦୁଧାରୀ ଗ୍ରାମର ମା’ ମାଉଲିମା ମନ୍ଦିରରୁ ପୂଜାର୍ଚ୍ଚନା ପରେ ଅନୁଷ୍ଠାନିକ ଭାବେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ...

ଠେକୁଆ ଦେଖାଇବେ କହି ୭ବର୍ଷର କୁନି ଝିଅକୁ ବଳାତ୍କାର କଲେ ଜେଜେ ବୟସର  ବ୍ୟକ୍ତି: ମାଡ଼ି ବସିଲା ପୋଲିସ 

ଯାଜପୁର,୨୭।୧୦: ଯାଜପୁର ବରୀ-ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ୭ ବର୍ଷର ନାବାଳିକାଙ୍କୁ ବଳାତ୍କାରର ହୋଇଥିଲ। ଘଟଣାର ୪ ଦିନ ପରେ ଅଭିଯୁକ୍ତ କାଳିଆ ପରିଡାଙ୍କୁ ପୋଲିସ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri