କ୍ୟାନ୍‌ସର ହସ୍ପିଟାଲର ୨ ଓପିଡି ସ୍ଥାନାନ୍ତର ହେବ

କଟକ ଅଫିସ, ୧୦ା୧୨:ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନର ଦୁଇଟି ଓପିଡି ସପ୍ତାହକ ମଧ୍ୟରେ ସ୍ଥାନାନ୍ତର କରାଯିବ। ଅନୁଷ୍ଠାନର ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ଷଢଙ୍ଗୀ କହିଛନ୍ତି, ମୁଖ୍ୟ ଓପିଡିରେ ସବୁବେଳେ ଗହଳି ଲାଗି ରହୁଛି ା ଅନ୍‌ଲକ୍‌ ପରଠାରୁ ରାଜ୍ୟ ଓ ରାଜ୍ୟ ବାହାରୁ ଦୈନିକ ଅନେକ ରୋଗୀ ଆସୁଛନ୍ତି। ଅପରପକ୍ଷେ ଶୀତଋତୁରେ ଥଣ୍ଡା ବଢିଲେ କରୋନା ସଂକ୍ରମଣ ବଢିପାରେ। ତେଣୁ ସର୍ଜିକାଲ ଓ ରେଡିଏସନ ଅଙ୍କୋଲୋଜି ଓପିଡି ଲିନାକ୍‌ ସାମ୍ନାରେ ନୂତନ ଭାବେ ନିର୍ମାଣ ହୋଇଥିବା ଘରକୁ ସ୍ଥାନାନ୍ତର କରାଯିବ। ଫଳରେ ଭିଡ ଓ କରୋନା ସଂକ୍ରମଣର ଭୟକୁ ଏଡାଇ ଦିଆଯାଇପାରିବ।

Share