Categories: ଖେଳ

୨ କ୍ରିକେଟର ଟିମରୁ ବାହାର, ସୌରଭ ଗାଙ୍ଗୁଲିଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ…

କୋଲକାତା,୩।୧୨ : ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଟିମ ଇଣ୍ଡିଆକୁ ଏଠାରେ କ୍ରିକେଟର ତିନୋଟି ଫର୍ମାଟରେ ଅଂଶଗ୍ରହଣ କରିବାକୁ ପଡିବ। ଭାରତୀୟ ଦଳ ପ୍ରଥମେ ଆୟୋଜକ ଦଳ ସହିତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ। ଏହା ପରେ ଏକଦିବସୀୟ ସିରିଜ ଆରମ୍ଭ ହେବ। ଏହି ଦୁଇଟି ଫର୍ମାଟ ପରେ ଦୁଇ ଦଳ ମଧ୍ୟରେ ଦୁଇଟି ମ୍ୟାଚ ଟେଷ୍ଟ ସିରିଜ ଖେଳାଯିବ ।

ଟେଷ୍ଟ ସିରିଜ ପାଇଁ ୧୫ ଜଣିଆ ଭାରତୀୟ ଦଳ ମଧ୍ୟ ଘୋଷଣା କରାଯାଇଛି, କିନ୍ତୁ ଅଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ୱର ପୂଜାରାଙ୍କ ନାମ ଏହି ତାଲିକାରେ ନାହିଁ । ଏହା ପରେ ଏହି ଦୁଇ ଖେଳାଳିଙ୍କ ଭବିଷ୍ୟତ ବିଷୟରେ ନିରନ୍ତର ଆଲୋଚନା ହେଉଛି।

କେତେକ ବହୁଛନ୍ତି ଏହି ଦୁଇ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିବା ଉଚିତ। ଏଥି ସହିତ, କେତେକ ଭେଟେରାନ ମତ ଦେଇଛନ୍ତି ଚୟନକର୍ତ୍ତାଙ୍କ ନିଷ୍ପତ୍ତି ଠିକ ଏବଂ ଟିମ ଇଣ୍ଡିଆ ବର୍ତ୍ତମାନ ଭବିଷ୍ୟତ ଖେଳାଳିଙ୍କ ଉପରେ ଧ୍ୟାନ ଦେବା ଉଚିତ।

ଦେଶର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ତାଙ୍କ ମତାମତ ଦେଇଛନ୍ତି। ଏକ ସାକ୍ଷାତକାର ସମୟରେ ଯେତେବେଳେ ତାଙ୍କୁ ପଚରାଯାଇଥିଲା ଆଫ୍ରିକୀୟ ଗସ୍ତରେ ଟେଷ୍ଟ ସିରିଜ ପାଇଁ ରାହାଣେ ଏବଂ ପୂଜାରା ଭାରତୀୟ ଦଳରେ ସ୍ଥାନ ପାଇବା ଉଚିତ କି? ସେ ବହୁତ ସୁନ୍ଦର ଢଙ୍ଗରେ ଏହାର ଉତ୍ତର ଦେଇଥିଲେ।

ପୂର୍ବତନ ଅଧିନାୟକ କହିଥିଲେ, କିଛି ସମୟ ପରେ ଦଳକୁ ନୂଆ ପ୍ରତିଭା ଦରକାର । ବର୍ତ୍ତମାନ ଦଳରେ ଅନେକ ପ୍ରତିଭାଶାଳୀ ଖେଳାଳି ଅଛନ୍ତି । ଦଳ ବର୍ତ୍ତମାନ ଆଗକୁ ବ ଢିବା ଆବଶ୍ୟକ । ପୂଜାରା ଏବଂ ରାହାଣେ ଦେଶ ପାଇଁ ଅନେକ କ୍ରିକେଟ ଖେଳିଛନ୍ତି। ଏହି ଅବଧି ମଧ୍ୟରେ ସେମାନେ ଅନେକ ମ୍ୟାଚ ଜିତିଛନ୍ତି, କିନ୍ତୁ ବର୍ତ୍ତମାନ ସମୟ ତାଙ୍କ ପାଇଁ ନୁହେଁ । ଏହା ସମସ୍ତଙ୍କ ସହିତ ଘଟେ । ସେ ମାନେ ଦେଶ ପାଇଁ ଯାହା କରିଛନ୍ତି ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦେବାକୁ ଚାହେଁ।

ଦକ୍ଷିଣ ଆଫ୍ରିକା ଯାତ୍ରା ପାଇଁ ୧୫ ଜଣିଆ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳରେ
ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ଶ୍ରେୟସ ଆୟର, ଋତୁରାଜ ଗାଇକ୍ୱାଡ, ଇଶାନ କିଶନ (ୱିକେଟ କିପର), କେ.ଏଲ ରାହୁଲ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଶାର୍ଦୁଲ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ଜସପ୍ରୀତ ବୁମ୍ରା (ଉପ-ଅଧିନାୟକ) ଏବଂ ପ୍ରସିଦ କୃଷ୍ଣା ପ୍ରମୁଖ ରହିଛନ୍ତି।

Share