ଗୁଡ଼ିସୂତାରେ କଟି ୨ ଜଣ ଆହତ

କଟକ,୧୪ା୧(କାର୍ତ୍ତିକ ସାହୁ) ମକରରେ ଗୁଡ଼ିଉଡ଼ାକୁ ନେଇ ପୁଣି ଘଟିଛି ଅଘଟଣ। ଗୁଡ଼ିସୂତା ଲାଗି ଦୁଇଜଣଙ୍କ ବେକ ଓ ନାକ କଟିଛି। କଟକ ନୂଆ ବଜାର ରେଲୱେ ଓଭରବ୍ରିଜ ଉପରେ ଘଟିଛି ଏହି ଅଘଟଣ। ଏହି ଓଭରବ୍ରିଜ୍‌ରେ ବାଇକ୍‌ରେ ଯାଉଥିବା ବେଳେ ପ୍ଲାଷ୍ଟିକ ଚାଇନା ଗୁଡ଼ିସୂତା ଦୁଇ ବାଇକ ଆରୋହୀଙ୍କ ବେକରେ ଲାଗିଥିଲା। ଜଣଙ୍କ ନାକ କଟିଥିବା ବେଳେ ଆଉ ଜଣଙ୍କ ଆଙ୍ଗୁଠି ଓ ବେକ କଟିଛି। ଆହତଙ୍କ ମଧ୍ୟରୁ ଜଣଙ୍କ ଘର କଟକ ବୟାଳିଶମୌଜାର ଜୟନ୍ତ ବାରିକ(୩୬)। ତାଙ୍କର ବେକ ଓ ଆଙ୍ଗୁଳି କଟିଛି। ଅନ୍ୟଜଣେ ଆହତଙ୍କ ଘର ଜଗତସିଂହପୁର ଏରସମା ଅଞ୍ଚଳର ଗୋବିନ୍ଦ ଜେନା(୨୨) ବୋଲି ଜଣା ପଡ଼ିଛି। ଗୋବିନ୍ଦଙ୍କ ନାକରେ ଆଘାତ ଲାଗିଛି। ଗୋବିନ୍ଦଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନିଆଯାଇ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ଜୟନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଗତକାଲି ଅର୍ଥାତ୍‌ ସୋମବାର ମଧ୍ୟ ତ୍ରିଶୁଳିଆଠାରେ ଜଣଙ୍କ ବେକରେ ଗୁଡିସୂତା ଲାଗିବାରୁ ସେ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌କୁ ଧକ୍କା ଦେଲା ବସ୍‌: ବାପା-ଝିଅଙ୍କ ଜୀବନ ଚାଲିଗଲା,୨୦ରୁ ଊର୍ଦ୍ଧ୍ୱ ଆହତ

ମାଲକାନଗିରି,୧୮ା୧(ଦୁର୍ଯ୍ୟୋଧନ ପାତ୍ର)- ମାଲକାନଗିରିରୁ ବିଶାଖାପାଟଣାସ୍ଥିତ ଅନିଲ ନିରୁକୋଣ୍ଡା ହସ୍ପିଟାଲରେ ଚିକିତ୍ସା ପାଇଁ ରୋଗୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ୍‌ଟି...

ଯୋଗାଣ ମନ୍ତ୍ରୀଙ୍କ ଗସ୍ତ ପରେ ବଢ଼ିଲା ଧାନ ସଂଗ୍ରହ ପରିମାଣ: ୪୪୭୯ ଚାଷୀଙ୍କଠାରୁ କିଣା ଗଲାଣି ୨୩୯୫୯.୬୩ କ୍ୱିଣ୍ଟାଲ ଧାନ

ଭଦ୍ରକ, ୧୮।୧(ସନାତନ ରାଉତ)- ସରକାରୀ ଦରରେ ଧାନ କ୍ରୟ ବ୍ୟବସ୍ଥା ତଦାରଖ ଓ ମଣ୍ଡି ପରିଦର୍ଶନ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଭଦ୍ରକ...

ବାରଖମା ପଞ୍ଚାୟତକୁ ନୂଆ ବ୍ଲକ ଗଠନ ଦାବି

ବାଲିଗୁଡ଼ା,୧୮ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ବାରଖମାକୁ ନୂତନ ବ୍ଲକ ଘୋଷଣା ଦାବିରେ ଶନିବାର ୧୫ ନମ୍ବର ଜିଲାପରିଷଦ ଜୋନ୍‌ର ୮ ପଞ୍ଚାୟତର...

ଧନୁଯାତ୍ରା ଦେଖିବାକୁ ଆସି ଯୁବତୀଙ୍କୁ ବଳାତ୍କାର ମାମଲା: ପୀଡ଼ିତାଙ୍କ ପୋଷାକ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲାକୁ ନେଇ ଏବେ ବରଗଡ଼ ସହର ଉଠୁଛି...

ଚିଲିକାରେ କମିଲା ବିଦେଶୀ ପକ୍ଷୀ ସଂଖ୍ୟା

ଖୋର୍ଦ୍ଧା,୧୮ା୧: ଚଳିତବର୍ଷ ଚିଲିକାରେ କମିଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା। ଚଳିତ ବର୍ଷ ୧୧ ଲକ୍ଷ ୨୭ ହଜାର ୨୨୮ ପକ୍ଷୀଙ୍କ ସଂଖ୍ୟା ରହିଛି। ତେବେ ଗତବର୍ଷ...

୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଆମ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮ା୧: ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଆମର ଲକ୍ଷ୍ୟ ବୋଲି ଶନିବାର  ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ...

ଯୋଡ଼ାବନ୍ଧ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରିଡା ପ୍ରତିଯୋଗିତା ଉଦ୍‌ଯାପିତ

ଲାଞ୍ଜିଗଡ଼,୧୮।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ଯୋଡ଼ାବନ୍ଧ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତା...

ଭାଜପା ଛାଡ଼ି ବିଜେଡିରେ ଯୋଗଦେଲେ ସରପଞ୍ଚ, ପଞ୍ଚାୟତ ପ୍ରତିନିଧି

ହିଞ୍ଜିଳିକାଟୁ,୧୮ା୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ଶନିବାର ବିଭିନ୍ନ ପଞ୍ଚାୟତ ଜନପ୍ରତିନିଧି ଓ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି। ଭାଜପା ଛାଡ଼ି ସେମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image