ମାଓବାଦୀଙ୍କ ବର୍ବରତା: ପ୍ରଜାକୋର୍ଟରେ ୨ ଜଣଙ୍କୁ କଲେ ହତ୍ୟା

ବିଜାପୁର,୧୨।୯: ଓଡ଼ିଶା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲା ଜଣ୍ଡାଲାଟରେ ମାଓବାଦୀମାନେ ଗୁରୁବାର ଏକ ବର୍ବରକାଣ୍ଡ ଭିଆଇଛନ୍ତି। ମାଓବାଦୀମାନେ ଏକ ପ୍ରଜାକୋର୍ଟ କରି ପୋଲିସ ଇନ୍‌ଫର୍ମର ସନ୍ଦେହରେ ଲୋକଙ୍କ ସମ୍ମୁଖରେ ଦୁଇଜଣଙ୍କୁ ହତ୍ୟା କରିଛନ୍ତି। ମୃତକ ଦ୍ୱୟ ହେଲେ ମଦଭି ସୁଜା ଏବଂ ପୋଡ଼ିୟମ କୋସା ବୋଲି ସୂଚନା ମିଳିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି। ଏପରିକି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଥିବା ଜଣାପଡିଛି। ଅଞ୍ଚଳରେ ମାଓବାଦୀଙ୍କ ଗତିବିଧିକୁ ଦୃଷ୍ଠିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯିବା ସହ ସର୍ଚ୍ଚ ଅପରେଶନ କରାଯାଉଥିବା ସୂଚନା ମିଳିଛି।

Share