ତୀର୍ଥ ଯାଇଥିବା ୨ମହିଳା ନିଖୋଜ

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୧୩।୨: ତୀର୍ଥଯାତ୍ରା ପାଇଁ ଯାଇଥିବା ଖୋର୍ଦ୍ଧା ଜିଲାର ୨ବରିଷ୍ଠ ମହିଳା ନିଖୋଜ ହୋଇନ୍ତି। ସେମାନେ ହେଲେ ବାଲିଅନ୍ତା ବ୍ଳକ ଦେଉଳି ଗାଁର ଗୀତାଞ୍ଜଳି ରାଉତ ଓ ଚିଲିକା ବ୍ଳକ ଅଠରବାଟିଆ ପଞ୍ଚାୟତ ଭେଲେରୀ ଗ୍ରାମର ରାଣୀ ଦେଇ । ଏ ଘଟଣା ସମ୍ପର୍କରେ ଜିଲାପାଳ ଅଞ୍ଚଳ ରାଣା କହିଛନ୍ତି, ଜିଲାରୁ ତୀର୍ଥ ପାଇଁ ଯାଇଥିବା ଲୋକଙ୍କ ମଧ୍ୟରୁ ଦୁଇ ଜଣ ଗ୍ରୁପରେ ନ ଥିବା ଖବର ହସ୍ତଗତ ହୋଇଛି । ଏ ସମ୍ପର୍କରେ ସମ୍ପୃକ୍ତ ରାଜ୍ୟ ପର୍ଯ୍ୟଟନ ବିଭାଗ, ସ୍ଥାନୀୟ ଜିଲା ପ୍ରଶାସନ, ପୋଲିସ ସହ ଯୋଗାଯୋଗ କରାଯାଇଛି । ଖୁବଶୀର୍ଘ ସେମାନଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଅଣାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି । ଏଥିଲାଗି ସେ ପରିବାର ଲୋକଙ୍କୁ ମଧ ଆଶ୍ବସ୍ତି ପ୍ରଦାନ କରିଛନ୍ତି । ସେମାନଙ୍କୁ ସୁରକ୍ଷିତ ଭାବେ ଅଣାଯିବା ନେଇ ସମସ୍ତ ପ୍ରଚେଷ୍ଟା ଜାରି ରହିଛି ବୋଲି କହିଛନ୍ତି ଜିଲାପାଳ ରାଣା କହିଛନ୍ତି ।

ସୂଚନାଥାଉ କି, ବରିଷ୍ଠ ନାଗରିକଙ୍କୁ ତୀର୍ଥ ଭ୍ରମଣ ଉଦ୍ଦେଶ୍ୟରେ ରାଜ୍ୟ ସରକାର ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନା କରିଛନ୍ତି I ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ରାଜ୍ୟର ବରିଷ୍ଠ ନାଗରିକଙ୍କୁ ନେଇ ପ୍ରତିବର୍ଷ ବିଭିନ୍ନ ତୀର୍ଥ ଭ୍ରମଣ ବ୍ୟବସ୍ଥା କରାଯାଇଥାଏ । ଏହି କ୍ରମରେ ଗତ ୮ରୁ ୧୩ ତାରିଖ ପର୍ଯ୍ୟନ୍ତ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ ଖୋର୍ଦ୍ଧା ଜିଲାରୁ ୨୦୯ଜଣ ବରିଷ୍ଠ ନାଗରିକ ତିରୁପତି-ଭିଲୋର ଯାତ୍ରା କରିଥିଲେ I ସେମାନଙ୍କ ସହ ଜିଲାରୁ ୮ ଜଣ ଅଭିଜ୍ଞ ଅଫିସର ମଧ ଯାତ୍ରା କରିଛନ୍ତି । ୨୦୯ଜଣଙ୍କ ମଧ୍ୟରୁ ୨ଜଣ ନିଖୋଜ ରହିଥବା ବେଳେ ୨୦୭ଜଣ ଆଜି ଫେରିବାର କାର୍ଯ୍ୟକ୍ରମ ରହିଛି ।

Share