ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ଦୁବାଇ, ୨।୧୦: ଆବୁଧାବିର ଏକ ଏୟାର ଆମ୍ବୁଲାନ୍ସ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। କ’ଣ ପାଇଁ ଦୁର୍ଘଟଣା ଘଟିଲା ତାହା ଜଣାପଡି ନାହିଁ। ମୃତକଙ୍କ ମଧ୍ୟରେ ୨ ଜଣ ପାଇଲଟ, ଜଣେ ଡାକ୍ତର ଓ ଜଣେ ନର୍ସ ଅଛନ୍ତି। ମୃତକଙ୍କ ପାଇଁ ଆବୁଧାବି ପୋଲିସ ମୁଖ୍ୟାଳୟ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।

Share