ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ୨ ଲୋକପାଇଲଟଙ୍କ ଚାଲିଛି ଚିକିତ୍ସା 

ଖୋର୍ଦ୍ଧା ଅଫିସ,୪।୬: ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ ଏବଂ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଭୁବନେଶ୍ୱରସ୍ଥିତ ଏକ୍ଷ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।  ଲୋକୋ ପାଇଲଟ  ଗୁଣନିଧି ମହାନ୍ତି ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ହଜାରୀ ବେହେରାଙ୍କ ମୁଣ୍ଡ, ବେକ ଓ ଛାତିରେ ଗଭୀର ଆଘାତ ଲାଗିବା ସହ ସେମାନେ ସଜ୍ଞାହୀନ ଅବସ୍ଥାରେ ରହିଛନ୍ତି ।
ଗୁଣନିଧି ମହାନ୍ତି ଭୁବନେଶ୍ୱରରେ ରହୁଥିବା ବେଳେ ହଜାରୀ ବେହେରା ହେଉଛନ୍ତି ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ସୋରଣ ଗ୍ରାମର ବାସିନ୍ଦା । ହଜାରୀ ବେହେରା ଓ ତାଙ୍କର ଧର୍ମପତ୍ନୀ ଉଭୟ ଲୋକୋ ପାଇଲଟ ବୋଲି ଜଣାପଡିଛି ।
Share