୨ ବିମାନ ଧକ୍କା: ୫ ମୃତ

ମେକ୍ସିକୋ ସିଟି,୨୭ା୯: ମେକ୍ସିକୋର ଉତ୍ତର ଭାଗରେ ଥିବା ଡୁରାଙ୍ଗୋ ରାଜ୍ୟରେ ଦୁଇଟି ଘରୋଇ ବିମାନ ମଧ୍ୟରେ ଧକ୍କାହେବାରୁ ଜଣେ ଶିଶୁ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ଲା ଗାଲାନ୍‌ସିଟା ସହରର ଏକ ଅପରିଷ୍କାର ଏୟାରଷ୍ଟ୍ରିପ୍‌ରେ ସୋମବାର ଏହି ଦୁର୍ଘଟଣା ଘଟିଥିଲା। ଗୋଟିଏ ବିମାନ ଉଡ଼ାଣ ଆରମ୍ଭ କରୁଥିବାବେଳେ ଅନ୍ୟଟି ଲ୍ୟାଣ୍ଡିଂ କରିବାରୁ ସେମାନଙ୍କ ମଧ୍ୟରେ ଧକ୍କା ହୋଇଥିଲା ବୋଲି ରାଜ୍ୟର ସୁରକ୍ଷା ସଚିବାଳୟ ପକ୍ଷରୁ କୁହାଯାଇଛି। ଦୁର୍ଘଟଣା ଯୋଗୁ ଦୁଇଟି ବିମାନରେ ନିଆଁ ଲାଗିଯାଇଥିଲା।

Share