ସହଯୋଗକୁ ଆହୁରି ସୁଦୃଢ କରିବା ଉପରେ ଗୁରୁତ୍ୱାରୋପ ଦେଉଛି ଭାରତ-ଆମେରିକା

ଓ୍ବାଶିଂଟନ୍‌,୨୭।୯: ଆମେରିକା ଏବଂ ଭାରତ ମଧ୍ୟରେ ଗତ କିଛି ବର୍ଷରେ ବାଣିଜ୍ୟ ସହିତ ସାମରିକ ସମ୍ପର୍କ ମଧ୍ୟ ଦ୍ରୁତ ଗତିରେ ମଜବୁତ ହୋଇଛି। ଭାରତ-ପ୍ରଶାନ୍ତ ମହାସାଗରୀୟ ତଥା ଚାଇନା ବିପଦକୁ ଦୃଷ୍ଟିରେ ରଖି ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାରେ ଲାଗିଛନ୍ତି। ବର୍ତ୍ତମାନ ସମ୍ପର୍କକୁ ନୂତନ ଗତି ଦେବା ପାଇଁ ଉଭୟ ଦେଶର ଅଧିକାରୀମାନେ ଆଭ୍ୟନ୍ତରୀଣ କ୍ଷମତା ଏବଂ ଲଜିଷ୍ଟିକ ସହଯୋଗକୁ ଆହୁରି ମଜବୁତ କରିବାକୁ ଆଲୋଚନା କରିଛନ୍ତି।

ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ କହିଛି ଯେ, ମଙ୍ଗଳବାର ଭାରତ-ଆମେରିକା ୨ + ୨ ଅନ୍ତର୍ଜାତୀୟ ବାର୍ତ୍ତା ଆୟୋଜିତ ହୋଇଛି। ଏହି ସମୟରେ ଅଧିକାରୀମାନେ ଭାରତ ମହାସାଗର ଅଞ୍ଚଳରେ ମିଳିତ ସାମୁଦ୍ରିକ ସମ୍ପର୍କ ସହିତ ମହାକାଶ ଏବଂ ସାଇବର ଡୋମେନରେ ସହଯୋଗର ବିସ୍ତାର ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି।

ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବାଣୀ ରାଓ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିଶ୍ୱେଶ ନେଗି ନେଇଥିଲେ। ସେହିପରି ଆମେରିକାର ନେତୃତ୍ୱ ଭାରତ-ପ୍ରଶାନ୍ତ ମହାସାଗରୀୟ ସୁରକ୍ଷା ବିଭାଗର ସହକାରୀ ସଚିବ ଏଲି ରେଟନର୍‌ ଏବଂ ଦକ୍ଷିଣ ଏବଂ ମଧ୍ୟ ଏସିଆ ବ୍ୟାପାର ବିଭାଗର ସହକାରୀ ସଚିବ ଡୋନାଲ୍ଡ ଲୁ କରିଛନ୍ତି।

Share