ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ SI ରଘୁନାଥ ହାଁସଦା, ASI ଶିବପ୍ରସାଦ ଦଳାଇ। ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ। ଜବତ ବାଇକ ଫେରାଇବା ଲାଗି ୨ ପୋଲିସ ବାବୁ ଲାଞ୍ଚ ନେଉଥିଲେ।

ପାପଡାହାଣ୍ଡି ଥାନା ଅନ୍ତର୍ଗତ ଜାମୁଗୁଡା ଏକ କୁକୁଡ଼ା ଗାଲିରୁ ଜବତ ବାଇକ ମୁକୁଳାଇବା ବାବଦରେ ବରଦେଇ ଗାଁର ଲକ୍ଷ୍ମଣ ହରିଜନଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଛି ଭିଜିଲାନ୍ସ। ସରକାରୀ ବାସଭବନ ଓ ଥାନାରେ ଛାନଭିନ କରୁଛି ଭିଜିଲାନ୍ସ ଟିମ। ଦୁଇ ପୋଲିସ ଅଧିକାରୀ ହେଉଛନ୍ତି ପ୍ରବେଶନାରୀ ପିରିୟ ଥିବା ସବଇନ୍ସପେକ୍ଟର ରଘୁନାଥ ହଂସଦା ଓ ପୁଲିସ ଏଏସଆଇ ଶିବ ପ୍ରସାଦ ଦଳେଇ। ଶିବ ପ୍ରସାଦ ଦଳେଇ ମଧ୍ୟସ୍ଥି ସାଜି ଥିବା ବେଳେ ରଘୁନାଥ ହଂସଦା ଭିଜିଲାନ୍ସ ହାତରେ ଧରାପ ଡିଥିଲେ। ଉଭୟଙ୍କ ସରକାରୀ ବାସଭବନ ସମେତ ଥାନାରେ ଛାନଭିନ କରୁଛି ଭିଜିଲାନ୍ସ ଟିମ।

Share