Categories: ବାଣିଜ୍ୟ

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆକୁ ୨ ସମ୍ମାନଜନକ ପୁରସ୍କାର

ଭୁବନେଶ୍ୱର,୧୭।୩(ଅନୁରାଧା ମହାରଣା): କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ଆୟୋଜିତ ଓଡ଼ିଶା ବାର୍ଷିକ ବୈଠକରେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆକୁ ଦୁଇଟି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। କ୍ୱାଲିଟି ସର୍କଲ ପୁରସ୍କାର ଏବଂ ଏଚ୍‌ଏସ୍‌ଇ (ସ୍ବାସ୍ଥ୍ୟ, ନିରାପତ୍ତା ଏବଂ ପରିବେଶ) ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି। ବୈଠକରେ ରାଜ୍ୟ ଶିଳ୍ପ ବିଭାଗର ସ୍ବତନ୍ତ୍ର ସଚିବ ଭୂପେନ୍ଦ୍ର ସିଂ କମ୍ପାନୀ ଅଧିକାରୀଙ୍କୁ ଉଭୟ ପୁରସ୍କାର ପ୍ରଦାନ କରିଛନ୍ତି। ୭୦ରୁ ଅଧିକ କମ୍ପାନୀ ଏଥିରେ ଅଂଶଗ୍ରହଣ କରିଥିବାବେଳେ ଏକ ସ୍ବାଧୀନ ଜୁରି ପ୍ୟାନେଲ ଦ୍ୱାରା ପ୍ରତ୍ୟେକ ବର୍ଗରେ ବିଜେତାମାନଙ୍କୁ ଚୟନ କରାଯାଇଥିଲା। କ୍ବାଲିଟି ସର୍କଲ ପୁରସ୍କାର, ଗୁଣବତ୍ତା ବୃଦ୍ଧି ଏବଂ ନବସୃଜନ ପାଇଁ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ଉତ୍ସର୍ଗୀକୃତାକୁ ଦର୍ଶାଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିପରି ଏଚ୍‌ଏସ୍‌ଇ ଉତ୍କର୍ଷ ପୁରସ୍କାର ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର କାର୍ଯ୍ୟକ୍ଷେତ୍ରରେ ସର୍ବୋଚ୍ଚ ସ୍ବାସ୍ଥ୍ୟ, ନିରାପତ୍ତା ଏବଂ ପରିବେଶ ପଦକ୍ଷେପ ନିଶ୍ଚିତ କରିବା ପ୍ରତିବଦ୍ଧତାକୁ ସ୍ବୀକୃତି ଦେଇଥିବା କୁହାଯାଇଛି। କର୍ମଚାରୀଙ୍କ ତାଲିମକୁ ପ୍ରାଧାନ୍ୟ ଦେଇ ଏବଂ କଠୋର ସୁରକ୍ଷା ପ୍ରୋଟୋକଲଗୁଡିକ କାର୍ଯ୍ୟକାରୀ କରିବା ସହ କମ୍ପାନୀ ସଫଳତାର ସହ ଏକ ପରିବେଶ ବିକଶିତ କରିଛି ଯେଉଁଠାରେ ସ୍ବାସ୍ଥ୍ୟ, ନିରାପତ୍ତା ଏବଂ ପରିବେଶ ଉପରେ ଗୁରୁତ୍ୱ ଦିଆଯିବା ସହ ପ୍ରତ୍ୟେକ କର୍ମଚାରୀ ଏବଂ ସହଭାଗୀଙ୍କୁ ଗୁରୁତ୍ୱ ଦିଆଯାଉଛି। ଏହି ପୁରସ୍କାର ପାଇବା ପରେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଓଡ଼ିଶା ଅପରେଶନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶା ସିଆଇଆଇକୁ ଧନ୍ୟବାଦ ଜଣାଇଛନ୍ତି।

Share