Categories: ଜାତୀୟ

୨ କଏଦୀ ବୋର୍ଡ ପରୀକ୍ଷାରେ ହେଲେ ଟପ୍ପର

ଲକ୍ଷ୍ନୌ, ୨୯।୬: ଉତ୍ତରପ୍ରଦେଶ ବୋର୍ଡ ପରୀକ୍ଷାରେ ଜେଲରେ ଥିବା କଏଦୀମାନେ ସଫଳ ରହିଛନ୍ତି। ଚଳିତ ବର୍ଷ ୨୦୯ କଏଦୀ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରେ ୨ ଜଣ ଟପ୍ପର ମଧ୍ୟ ରହିଛନ୍ତି। ରାଜ୍ୟର ୧୭ଟି ଜେଲର ୧୧୪ ଜଣ କଏଦୀ ଦଶମ ପରୀକ୍ଷା ଦେବା ଲାଗି ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୯୩ ଜଣ ପରୀକ୍ଷା ଦେଇଥିବାବେଳେ ୮୬ ଜଣ ପାସ୍‌ କରିଛନ୍ତି। ସେହିପରି ଦ୍ୱାଦଶ ପରୀକ୍ଷା ପାଇଁ ୯୫ ଜଣ ଆବେଦନ କରିଥିବାବେଳେ ୭୫ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ମଧ୍ୟ ଥିଲେ। ଦ୍ୱାଦଶ ପରୀକ୍ଷାରେ ୬୩ ଜଣ କଏଦୀ ପାସ୍‌ କରିଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ଗାଜିଆବାଦ୍‌ ଜେଲରେ ଥିବା କଏଦୀ ଅରୁଣ ଦ୍ୱାଦଶ ପରୀକ୍ଷାରେ ୭୦.୮ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଥିବାବେଳେ ବାରାଣସୀ ସେଣ୍ଟ୍ରାଲ ଜେଲ୍‌ରେ ଥିବା କଏଦୀ ଶିବ ପ୍ରତାପ ସିଂ ଦଶମ ପରୀକ୍ଷାରେ ୭୬.୫ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି।

Share