ଭୋଗରାଇ, ୧୬ା୨(ଡ଼ି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଏକ ବିରଳ ପ୍ରଜାତିର କଉ ମାଛ ଜାଲରେ ପଡିଛି। ଟ୍ରଲର ମାଲିକ ଏହି ବିରଳ ମାଛକୁ ଦୀଘା ମୁହାଣ ମାଛ ମାର୍କେଟକୁ ବିକ୍ରି ପାଇଁ ଆଣିଥିଲେ। ଉକ୍ତ ମାଛର ଓଜନ ୨ କୁଇଣ୍ଟାଲ ହୋଇଥିବା ବେଳେ କୋଲକାତା ବସିରହାଟ ଅଞ୍ଚଳର ଏକ କମ୍ପାନୀ ମାଛକୁ ୩୮ହଜାର ଟଙ୍କାରେ ନିଲାମ ଡାକି କିଣି ନେଇଥିଲେ। ବଙ୍ଗଳାରେ ଏହି ମାଛକୁ ଦରିଆଭେକଟି ବା ଭଲା କଉ, ଇଂଲିଶରେ ରିକୋଟ ମାଛ ବୋଲି କହିଥାନ୍ତି। ବିଶାଳକାୟ ଏହି ମାଛକୁ ଦେଖିବା ପାଇଁ ଲୋକଙ୍କ ଭିଡ ହୋଇଥିଲା।
ସୂଚନା ଅନୁଯାୟୀ ଦୀଘା ମୁହାଣରେ ବିଭିନ୍ନ ବିରଳ ପ୍ରଜାତିର ମାଛ ଗଭୀର ସମୁଦ୍ରରେ ଧରାଯାଇ ମାର୍କେଟକୁ ବିକ୍ରି ପାଇଁ ଆସୁଥିବା ବେଳେ ୨୮ା୭ା୨୦୨୧ରେ ଏହିଭଳି ସାମୁଦ୍ରିକ କଉ ମାଛ ପାରାଦୀପରୁ ଧରାଯାଇ ଦୀଘା ଆନ୍ତର୍ଜାତିକ ମାଛ ମାର୍କେଟରେ ୩୫ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ମତ୍ସଜୀବୀମାନେ ସୂଚନା ଦେଇଥିଲେ।