ଯୋଡ଼ା,୧୮ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସହରରେ ଯୋଡ଼ା-ଭୂୟାଁ ବସ୍ତି ନିକଟରୁ ଏକ ବିଲୁପ୍ତ ପ୍ରଜାତିର ବିରଳ ସାପ ଶନିବାର ଉଦ୍ଧାର ହୋଇଛି। ସାପଟିର ନାମ ଅରନେଟ୍ ଫ୍ଲାଇଂ ସ୍ନେକ୍ ବା ଉଡ଼ନ୍ତା ସାପ। ସାପଟି ଦେଖିବା ପାଇଁ ବହୁ ସୁନ୍ଦର ହୋଇଥିବା ବେଳେ ଏହା ବିଷଧର ନୁହେଁ ବୋଲି ସାପକୁ ଆୟତ୍ତ କରିଥିବା ଚନ୍ଦନ ମହାନ୍ତି କହିଛନ୍ତି। ସାପଟି ଗୋଟିଏ ଡାଳରୁ ଅନ୍ୟ ଏକ ଡାଳକୁ ଉଡ଼ି ପାରୁଥିବାରୁ ଏହାକୁ ଉଡ଼ନ୍ତା ସାପ କୁହାଯାଏ। ସେହିପରି କମାର ଯୋଡ଼ା ଅଞ୍ଚଳରୁ ଆଉ ଏକ ବିରଳ ପ୍ରଜାତିର ଡାଳୁଆ ବୋଡ଼ା ବା ବାମ୍ବୁ ପିଟ୍ ଭାଇପର ସାପ ଉଦ୍ଧାର ହୋଇଛି। ଏହି ସାପଟି ସବୁଜ ରଙ୍ଗର ହୋଇଥିବା ବେଳେ ଏହା ବିଷଧର ବୋଲି ଚନ୍ଦନ ସୂଚନା ଦେଇଛନ୍ତି। ସାପ ଦ୍ବୟକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ସାପକୁ ଦେଖି ଭୟରେ ମାରନ୍ତୁ ନାହିଁ ବୋଲି ଚନ୍ଦନ କହିଥିବା ବେଳେ ବର୍ଷାଦିନରେ ସାପ ବାହାରକୁ ବାହାରୁ ଥିବା ସେ କହିଛନ୍ତି।