ଅଗଷ୍ଟରେ ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ

ଭୁବନେଶ୍ୱର,୪।୮(ବ୍ୟୁରୋ): ଚଳିତ ମାସରେ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ମଙ୍ଗଳବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ବିଜ୍ଞାନ ଓ ବାଣିଜ୍ୟ ଖାତା ଦେଖା ସରି ଥିବାବେଳେ ଅଗଷ୍ଟ ତୃତୀୟ ସପ୍ତାହ ଭିତରେ ରେଜଲ୍ଟ ପ୍ରକାଶ ପାଇଯିବ ବୋଲି ସେ କହିଛନ୍ତି। ସେହିପରି ଏହି ମାସ ଶେଷ ସପ୍ତାହରେ କଳା ପରୀକ୍ଷା ଫଳ ପ୍ରକାଶ ପାଇବ।

Share