୩୧ରେ +୨ ବିଜ୍ଞାନ, ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର,୨୮।୭: ୩୧ ତାରିଖ ସନ୍ଧ୍ୟାରେ ପ୍ରକାଶ ପାଇବ +୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି ।

ତେବେ କଳା ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ଫଳାଫଳ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଚଳିତ ବର୍ଷ କରୋନା ହେତୁ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଠିକ୍‌ ଭାବେ ହୋଇପାରି ନାହିଁ। ତେଣୁ ବୋର୍ଡ ବିକଳ୍ପ ଆଧାରରେ ରେଜଲ୍ଟ ପ୍ରକାଶ କରିବ।

Share