Categories: ଖେଳ

ଆନ୍ତଃ ଏନ୍‌ସିଏ ଟୁର୍ନାମେଣ୍ଟ ପାଇଁ ଓଡ଼ିଶାରୁ ୨ ମନୋନୀତ

ଭୁବନେଶ୍ୱର, ୧୭।୫ (କ୍ରୀଡ଼ା ପ୍ରତିନିଧି): ୧୯ ବର୍ଷରୁ କମ୍‌ ଆନ୍ତଃ ଏନ୍‌ସିଏ (ଜାତୀୟ କ୍ରିକେଟ ଏକାଡେମୀ) କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଓଡ଼ିଶାର ୨ ଖେଳାଳି ମନୋନୀତ ହୋଇଛନ୍ତି। ସେମାନେ ହେଲେ ଶ୍ରେୟାଂଶ ଭରଦ୍ୱାଜ ଓ ଆଶୀର୍ବାଦ ସ୍ବାଇଁ। ଶ୍ରେୟାଂଶ ଟିମ୍‌-ବି ଓ ଆଶୀର୍ବାଦ ଟିମ୍‌-ସି’ରୁ ଖେଳିବେ। ଗୁଜରାଟର ଅହମଦାବାଦଠାରେ ଆନ୍ତଃ ଏନ୍‌ସିଏ ପ୍ରତିଯୋଗିତା ମେ’ ୨୮ରୁ ଜୁନ୍‌ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଓଡ଼ିଶା କ୍ରିକେଟ ଆସୋସିଏଶନ ସଭାପତି ପ୍ରଣବ ପ୍ରକାଶ ଦାସ, ସମ୍ପାଦକ ସଞ୍ଜୟ ବେହେରା ଓ ଅନ୍ୟ କର୍ମକର୍ତ୍ତାମାନେ ମନୋନୀତ ଦୁଇ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share