ପୁଣି ଏକାଠି ହେଲେ ୨ ବରିଷ୍ଠ ନେତା, ବିଜେଡି ଅଫିସକୁ ଆସି ମିଠା ଖାଇ ଭୁଲିଲେ ରାଗରୁଷା

ଭୁବନେଶ୍ୱର,୧୧।୪: ପୁଣି ଏକାଠି ହେଲେ ବ୍ରହ୍ମପୁର ବିଜେଡିର ୨ ବରିଷ୍ଠ ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ସୁବାସ ମହାରଣା। ବିଜେଡି ଅଫିସକୁ ଆସି ଉଭୟ ମିଠା ଖାଇ ମନାନ୍ତର ଭୁଲିଛନ୍ତି। ଚ୍ୟାଉଙ୍କ ପ୍ରତି ଅଭିମାନ ଥିବା ନେଇ ସୁବାସ ମହାରଣା କହିଥିଲେ। ଯାହାକୁ ନେଇ ୨ ନେତାଙ୍କ ସମ୍ପର୍କରେ ଫାଟ ଥିବା କୁହାଯାଉଥିଲା।

ସୁବାସ କହିଥିଲେ, ଟିକେଟ୍‌ ଆବେଦନ କରିଥିଲି। ଚ୍ୟାଉ ବାବୁଙ୍କୁ ୮୧, ମୋତେ ୬୧ ବର୍ଷ। ହେଲେ ଚ୍ୟାଉ ବାବୁ ଟିକେଟ ପାଇଲେ, ମୋତେ କିନ୍ତୁ ରାଲିକୁ ଡକାଗଲା ନାହିଁ। ଚ୍ୟାଉ ବାବୁ ମୋତେ ଫୋନ କରି ମୁଁ ଭାଜପା ଯାଉଛି କି ବୋଲି ପଚାରିଥିଲେ। ଏକଥା ମୋତେ ବହୁତ ବାଧିଥିଲା। ସେଥିପାଇଁ ମୁଁ ତାଙ୍କଠାରୁ ଦୂରେଇ ଯାଇଛି ବୋଲି ସୁବାସ କହିଥିଲେ।