ପାଇଖାନା ଟାଙ୍କି ସଫା ବେଳେ ୨ ଗୁରୁତର

ଭୁବନେଶ୍ୱର,୨୯ା୭(ସୂର୍ଯ୍ୟକାନ୍ତ ବେହେରା): ପାଇଖାନା ଟାଙ୍କି ସଫା ବେଳେ ଭୁବନେଶ୍ୱରର ଶିଶୁପାଳଗଡ଼, ରଘୁନାଥନଗର ଲେନ୍‌ ୨ରେ ଶନିବାର ଏକ ଅଘଟଣ ଘଟିଛି। ଭିତରେ ପଶିଥିବା ୨ଯୁବକ ଅଣନିଃଶ୍ୱାସୀ ହୋଇ ଗୁରୁତର ହୋଇଛନ୍ତି। ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରି ନ ପାରିବାରୁ ଅଗ୍ନିଶମ ଟିମ୍‌ ପହଞ୍ଚି ପାଇଖାନା ଟାଙ୍କି ଭିତରୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଛନ୍ତି।

Share