ଖୋର୍ଦ୍ଧା ଅଫିସ,୧୧।୧୧: କରୋନା ଲାଗି ସରକାର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବାଣ ବିକ୍ରି ଏବଂ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି। ଅନ୍ୟପଟେ ଖୋର୍ଦ୍ଧା ଜିଲା ଜଟଣୀ ନିକଟ ନଥିପୁର ଓ ଜଗନ୍ନାଥପାଟଣାରେ ଚୋରାରେ ବାଣ ବ୍ୟବସାୟ ଚାଲିଥିବା ନେଇ ଅଭିଯୋଗ ହୋଇଥିଲା। କୌଣସି ସୂତ୍ରରୁ ଖବରପାଇ କମିଶନରେଟ ପୋଲିସ ଏସ୍ପି ପିକେ ରଥଙ୍କ ନେତୃତ୍ୱରେ ଏକ ଟିମ ଜଟଣୀ ନିକଟ ନଥିପୁର ଓ ଜଗନ୍ନାଥପାଟଣାରେ ଚଢ଼ାଉ କରିଥିଲେ। ଏଥିରେ ବିପୁଳ ପରିମାଣର ବାଣ ଜବତ କରିବା ସହ ୨ ବାଣ ଦୋନ ଦୋକାନ ସିଲ୍ କରିଛନ୍ତି।