Categories: ଖେଳ

କାଦୁଲୁରିଙ୍କୁ ୨ ରୌପ୍ୟ, କୀର୍ତ୍ତି, ଶ୍ୱେତଲିନାଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୪।୨ (କ୍ରୀଡ଼ା ପ୍ରତିନିଧି):ପାଟନାର କାଙ୍କରବାଗ୍‌ସ୍ଥିତ ପାଟଳିପୁତ୍ର ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ଜାତୀୟ ୟୁଥ୍‌, ଜୁନିୟର ଓ ସିନିୟର ର଼୍ୟାଙ୍କିଙ୍ଗ୍‌ ମହିଳା ଭାରୋତ୍ତୋଳନରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିଥିବା କାଦୁଲୁରି ଅଭିଷିକ୍ତା ୨ଟି ରୌପ୍ୟ ପଦକ ପାଇଥିବାବେଳେ ମଗନ୍ତି କୀର୍ତ୍ତି ଓ ଶ୍ୱେତଲିନା ନାୟକ ବ୍ରୋଞ୍ଜ ପଦକ ପାଇଛନ୍ତି। କାଦୁଲୁରି ଓ ମଗନ୍ତି କିଟ୍‌ ବିଶ୍ୱବିଦ୍ୟାଳୟର ଛାତ୍ରୀ ହୋଇଥିବାରୁ ଓଡ଼ିଶା ପକ୍ଷରୁ ଭାଗ ନେଇଥିଲେ। ମହିଳା ୮୭ କେଜି ବର୍ଗରେ କାଦୁଲିରୁ ଜୁନିୟର ଓ ସିନିୟର ବର୍ଗରେ ୨ଟି ରୌପ୍ୟ ପଦକ ହାସଲ କରିଥିଲେ। ସେ ସ୍ନାଚ୍‌ରେ ୭୫ ଓ କ୍ଲିନ୍‌ ଆଣ୍ଡ ଜର୍କରେ ୯୧ କେଜି ଏହିପରି ମୋଟ ୧୬୬ କେଜି ଉତ୍ତୋଳନ କରିଥିଲେ। ମହିଳା ୭୬ କେଜି ସିନିୟର ବର୍ଗରେ କୀର୍ତ୍ତି ମୋଟ ୧୬୫ କେଜି ଉତ୍ତୋଳନ କରି ତୃତୀୟ ସ୍ଥାନ ଅଧିକାର କରିଥିଲେ। ଓଡ଼ିଆ ଭାରୋତ୍ତୋଳିକା ଶ୍ୱେତଲିନା ମହିଳା ୮୧ କେଜି ବର୍ଗରେ ମୋଟ ୧୫୮ କେଜି ଉତ୍ତୋଳନ କରି ତୃତୀୟ ସ୍ଥାନରେ ରହିଥିଲେ।

Share