Categories: ଜାତୀୟ

ମଦ ପିଆଇ ୨ ଭଉଣୀଙ୍କୁ ଗଣବଳାତ୍କାର

ଇଟାଓ୍ବା,୧୩।୯: ଉତ୍ତରପ୍ରଦେଶର ଇଟାଓ୍ବା ଜିଲାରେ ୨ ଭଉଣୀଙ୍କୁ ଗଣବଳାତ୍କାର କରାଯାଇଛି। ୨ ଭଉଣୀଙ୍କୁ ୩ ଜଣ ଲୋକ ଅପହରଣ କରି ଗଣବଳାତ୍କାର କରିଥିବା ସୋମବାର ଅଭିଯୋଗ ହୋଇଛି। ସେଫାଇ ଥାନାରେ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

ରେଲଓ୍ବେ ଓଭରବ୍ରିଜ୍‌ ତଳେ ପାଟ୍ରୋଲିଂ ଗାଡ଼ିକୁ ଦେଖି ୩ ଜଣ ଦୌଡ଼ିବା ଆରମ୍ଭ କରିବାରୁ ପୋଲିସ ସେମାନଙ୍କୁ ପିଛା କରି ଧରିଥିଲା।ଏହି ସମୟରେ ଅଧା ଖୋଲାଥିବା ଏକ ଦୋକାନରୁ କାନ୍ଦିବା ଶବ୍ଦ ଶୁଣାଯାଇଥିଲା। ଦୋକାନରେ ଦୁଇ ମହିଳା ଅର୍ଦ୍ଧନଗ୍ନ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ ଥାନା ଭାରତପ୍ରାପ୍ତ ଅଧିକାରୀ ମହମ୍ମଦ ହମିଦ ସିଦ୍ଦିକି।

ପୋଲିସ ସେମାନଙ୍କୁ ଉଦ୍ଧାର ଜିଲା ହସ୍ପିଟାଲକୁ ନେଇ ଡାକ୍ତରୀ ମାଇନା କରାଇଥିଲା। ଅଭିଯୋଗ ଅନୁଯାୟୀ ଜଣେ ଅଭିଯୁକ୍ତ ସେମାନଙ୍କୁ ଗାଡ଼ିରେ ଲିଫ୍ଟ ଦେଇଥିଲେ। ଅନ୍ୟ ଦୁଇଜଣ ମିଶି ସେମାନଙ୍କୁ ଜବରଦସ୍ତ ମଦ ପିଆଇଥିଲେ। ପରେ ସେମାନେ ଉକ୍ତ ଦୋକାନକୁ ନେଇ ବଳାତ୍କାର କରିବା ସହ ମାଡ଼ ମାରିଥିଲେ ବୋଲି ପୀଡ଼ିତା ଅଭିଯୋଗରେ ଦର୍ଶାଇଛନ୍ତି।

Share