ନୂଆଦିଲ୍ଲୀ,୨୨।୪ : କୋଭିଡ୍ ଆକ୍ରାନ୍ତଙ୍କ ପରିବାରବର୍ଗ ଅକ୍ସିଜେନ ସମ୍ପର୍କରେ ପଚାରିବାରୁ କ୍ୟାମେରା ଆଗରେ ୨ ଚାପୁଡ଼ା ମାରିବାକୁ ଧମକ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରହଲାଦ ପଟେଲ।
ଆମେ ହତାଶ ହୋଇପଡ଼ିଲୁଣି। ଆମକୁ ଅକ୍ସିଜେନ ସିଲିଣ୍ଡର ମିଳି ନାହିଁ। ସେମାନେ ଯଦି ଅକ୍ସିଜେନ ଯୋଗାଇ ପାରିବେ ନାହିଁ ତାହେଲେ କାହିଁକି କହୁ ନାହାନ୍ତି ବୋଲି ମଧ୍ୟପ୍ରଦେଶର ଦାମୋହ ହସ୍ପିଟାଲ ବାହାରେ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଜଣେ କୋଭିଡ୍ ଆକ୍ରାନ୍ତଙ୍କ ସମ୍ପର୍କୀୟ। ଏହାର ଉତ୍ତରରେ ଲୋକସଭାରେ ଦାମୋହରୁ ପ୍ରତିନିଧିତ୍ୱ କରୁଥିବା ଭାଜପା ଏମ୍ପି କହିଥିଲେ, ଏମିତି କହିଲେ ତୁମେ ୨ଟି ଚାପୁଡ଼ା ଖାଇବ।
ମୋ ମା’ ମେଡିକାଲରେ ପଡ଼ିଛି। ମୋତେ ଏହା ହିଁ ମିଳିବ ବୋଲି ଉକ୍ତ ବ୍ୟକ୍ତି ଜଣଙ୍କ କହିଥିଲେ। ଏହାପରେ ତୁମକୁ କେହି ସିଲିଣ୍ଡର ନେବାକୁ ମନା କଲା ବୋଲି ପ୍ରଶ୍ନ କରିଥିଲେ କେନ୍ଦ୍ର ମନ୍ତ୍ରୀ। ଜବାବରେ ‘ହଁ ସେମାନେ ମନା କଲେ। ଆମକୁ କେବଳ ୫ ମିନିଟ୍ ପାଇଁ ଅକ୍ସିଜେନ ମିଳିଲା। ଏହାଠୁ ମନା କରିବା ଭଲ’ ବୋଲି କହିଥିଲେ ବ୍ୟକ୍ତି ଜଣକ। ଦାମୋହ ଜିଲା ହସ୍ପିଟାଲ ବାହାରେ ଏହି ଘଟଣା ଘଟିଛି। ଏହି କୋଭିଡ୍ ଚିକିତ୍ସ କେନ୍ଦ୍ରରେ ମଙ୍ଗଳବାର ଆକ୍ରାନ୍ତଙ୍କ ସମ୍ପର୍କୀୟମାନେ ଅକ୍ସିଜେନ ସିଲିଣ୍ଡର ଚୋରି ହୋଇଥିଲା।