ଆଜି +୨ ସ୍ପଟ୍‌ ଆଡ୍‌ମିଶନ ଆବେଦନ

ଭୁବନେଶ୍ୱର,୨୧ା୭(ଅନୁରାଧା ମହାରଣା) – ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଚାଲିଛି। ୨୭ ତାରିଖରେ ସ୍ପଟ୍‌ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଏଥିପାଇଁ ଶୁକ୍ରବାର ଆବେଦନ କରିବାକୁ ପଡ଼ିବ। ଯେଉଁ ଆବେଦନକାରୀମାନେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ନାମଲେଖାଇବା ପାଇଁ ମନୋନୀତ ହୋଇନାହାନ୍ତି କିମ୍ବା ପୂର୍ବରୁ ନାମ ଲେଖାଇଥିବା କଲେଜ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ସେମାନେ ରାତି ୧୧ଟା ୪୫ ମଧ୍ୟରେ ଆବେଦନ କରିପାରିବେ। ବଳକା ଥିବା ସିଟ୍‌ ଓ ମାର୍କ ଅଧାରରେ ସ୍ପଟ୍‌ ଆଡମିଶନ ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ଆଡମିଶନ ପାଇଁ ମନୋନୀତ ଛାତ୍ରୀଛାତ୍ର ୨୭ ତାରିଖରେ ଇଣ୍ଟିମେଶନ ଲେଟର ଡାଉନଲୋଡ୍‌ କରିପାରିବେ। ତେବେ ପୂର୍ବରୁ ନାମଲେଖା ପାଇଁ ଆବେଦନ କରି ନ ଥିଲେ ସ୍ପଟ୍‌ ଆଡମିଶନ ପାଇଁ ଆବେଦନ କରିପାରିବେ ନାହିଁ।

Share