Categories: ଖେଳ

ଏପଟୁ ରୋହିତ, ସେପଟୁ ବାଦ୍‌ ପଡ଼ିଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ,୧୩।୧୨: ଚଳିତ ମାସର ଅନ୍ତିମ ଭାଗରୁ ଆରମ୍ଭ ହେବାକୁ ଯାଉଛି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌। ଏହି ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଦୁଇ ଦଳର ଜଣେ ଲେଖାଏ ଷ୍ଟାର ଖେଳାଳି ବାଦ୍‌ ପଡ଼ିବା ନିଶ୍ଚିତ। ଆହତ ସମସ୍ୟା କାରଣରୁ ଭାରତୀୟ ଦଳର ଉପଅଧିନାୟକ ରୋହିତ ଶର୍ମା ପୂରା ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ସେହିଭଳି ଘରୋଇ ଦକ୍ଷିଣ ଆଫ୍ରିକାକୁ ତା’ର ଷ୍ଟାର ଉଇକେଟକିପର ବ୍ୟାଟର କୁଇଣ୍ଟନ ଡି’କକ୍‌ଙ୍କ ବିନା ସିରିଜ୍‌ର ଅନ୍ତିମ ଦୁଇଟି ମ୍ୟାଚ୍‌ ଖେଳିବାକୁ ପଡ଼ିବ। କାରଣ ଡି’କକ୍‌ଙ୍କ ପତ୍ନୀ ସାଶା ଜାନୁୟାରୀ ପ୍ରଥମ ସପ୍ତାହରେ ମାତୃତ୍ୱ ଲାଭ କରିପାରନ୍ତି। ଯାହା ଫଳରେ ସେ ଦ୍ୱିତୀୟ ଓ ତୃତୀୟ ଟେଷ୍ଟରୁ ବାଦ୍‌ ପଡ଼ିବେ ବୋଲି ଆଶା କରାଯାଉଛି। ତାଙ୍କ ଅନୁପସ୍ଥିତିରେ କାଇଲ ଭେରେନ କିମ୍ବା ରିଆନ ରିକେଲଟନଙ୍କୁ ଦଳରେ ସୁଯୋଗ ମିଳିବ।

Share