ମହାନଦୀରେ ଭାସିଯାଇଥିବା ୨ ନାବାଳକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୧୨।୧୦: ସମ୍ବଲପୁର ସହରର ବଡବଜାରସ୍ଥିତ ମହାନଦୀ ସଡ଼କ ଘାଟରେ ଶୁକ୍ରବାର ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିବା ୨ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନାବାଳକ ଦ୍ୱୟ ହେଲେ ସମ୍ବଲପୁର କ୍ଷେତରାଜପୁର ଅଞ୍ଚଳର ଏସ.କନିସ୍କ ଓ ହିମାଂଶୁ। ଉଭୟେ କ୍ଷେତରାଜପୁରସ୍ଥିତ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢୁଥିଲେ। ଘାଟକୁ ୩ ଜଣ ନାବାଳକ ଗାଧୋଇବାକୁ ଯାଇଥିବାବେଳେ ପାଣି ସ୍ରୋତରେ ୨ ଜଣ ଭାସି ଯାଇଥିଲେ।ସ୍ଥାନୀୟ ଲୋକେ ଛାତ୍ର ୨ଜଣ ଭାସି ଯାଉଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଛାତ୍ରଙ୍କୁ ବହୁତ ଖୋଜାଖୋଜି କରିଥିଲେ,ବିଳମ୍ବିତ ରାତି ପର୍ଯ୍ୟନ୍ତ ସର୍ଚ୍ଚଅପରେଶନ ଚାଲିଥିଲେ ମଧ୍ୟ ସେମାନଙ୍କର ପତ୍ତା ମିଳିନଥିଲା।