ଛାତ୍ରବାସରେ ୨ଛାତ୍ର କରୋନା ପଜିଟିଭ୍‌

ଖୁଣ୍ଟା,୧୨।୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ଅଞ୍ଚଳର ଏକ ହାଇସ୍କୁଲରେ ଅଧ୍ୟୟନରତ ୨ଛାତ୍ର କୋରନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉକ୍ତ ହାଇସ୍କୁଲ ପରିସର ଛାତ୍ରାବାସରେ ରହି ୮ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ର ଦ୍ୱୟଙ୍କ ଦେହ ଅସୁସ୍ଥ ହେବାରୁ ସେମାନଙ୍କୁ ବିଦ୍ୟାଳୟ ପକ୍ଷରୁ ଚିକିତ୍ସା ନିମନ୍ତେ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଉଭୟ କାରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଉକ୍ତ ଦୁଇ ଛାତ୍ରଙ୍କୁ ଛାତ୍ରାବାସର ଏକ ସ୍ବତନ୍ତ୍ର କୋଠରୀରେ ଆଇସୋଲେଶନରେ ରଖାଯାଇଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶୁକ୍ରବାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ସ୍ବତନ୍ତ୍ର ଟିମ୍‌ ଛାତ୍ରାବାସରେ ଥିବା ଅନ୍ୟ ୨୬ଜଣ ଅନ୍ତେବସୀଙ୍କର ସ୍ବାବ ସଂଗ୍ରହ କରି ପରୀକ୍ଷା କରିଥିବା ବେଳେ ସମସ୍ତ ରିପୋର୍ଟ ନେଗେଟିଭ୍‌ ଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଉକ୍ତ ଛାତ୍ରାବାସରେ ମୋଟ ୧୧୬ଜଣ ଅନ୍ତେବାସୀ ଥିବା ବେଳେ ଅନ୍ୟମାନଙ୍କର ମଧ୍ୟ ସ୍ବାବ ପରୀକ୍ଷା ପ୍ରକ୍ରିୟା ଚାଲୁ ରହିଛି।

Share