ନୂଆଦିଲ୍ଲୀ,୨୫ା୧: ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’(ପିପିସି-୨୦୨୩)ରେ ମଧ୍ୟପ୍ରଦେଶର ଇନ୍ଦୋର ଷ୍ଟାଡିୟମ୍ରେ ଆସନ୍ତା ୨୭ରେ ଅନୁଷ୍ଠିତ ହେବ। ଏଥିରେ ଦେଶର ବିଭିନ୍ନ ଭାଗରୁ ୧୦୨ ଛାତ୍ରୀଛାତ୍ର ସାମିଲ ହେବେ। ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲାର ୨ ଜଣ ଛାତ୍ର ଅଛନ୍ତି। ଉଭୟେ ହେଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶ୍ରେୟଶ କୁମାର ତ୍ରିପାଠୀ ଓ ଆୟୁଷ ଦାସ। ଦୁଇ ଛାତ୍ରଙ୍କ ସହ ସେମାନଙ୍କ ଶିକ୍ଷକ ରାମକୃଷ୍ଣ ପତି ମଧ୍ୟ ଯୋଗଦେବେ। ପିପିସିର ଷଷ୍ଠ ସଂସ୍କରଣ ପାଇଁ ଓଡ଼ିଶାରୁ ୪୩,୦୦୦ ଛାତ୍ରୀଛାତ୍ର ଓ ୮,୦୦୦ରୁ ଶିକ୍ଷୟିତ୍ରୀ ଶିକ୍ଷକ ନାମ ପଞ୍ଜୀକରଣ କରିଛନ୍ତି। ଏହାବାଦ୍ ୪,୦୦୦ ଅଭିଭାବକ ମଧ୍ୟ ନାମ ପଞ୍ଜୀକରଣ କରିଥିବା ଜଣାପଡ଼ିଛି।