Categories: ଖେଳ

ସ୍ପେନରେ ଫୁଟବଲ୍‌ ତାଲିମ୍‌ ନେବେ ଓଡିଏମ୍‌ ଗ୍ଲୋବାଲ୍‌ ସ୍କୁଲର ୨ବିଦ୍ୟାର୍ଥୀ

ଭୁବନେଶ୍ୱର, ୧୫ା୬ (ଅଭୟ ଦାଶ) : ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଓଡିଏମ୍‌ ଗ୍ଲୋବାଲ୍‌ ସ୍କୁଲର ୨ଜଣ ବିଦ୍ୟାର୍ଥୀ ସ୍ପେନରେ ଫୁଟବଲ୍‌ ତାଲିମ୍‌ ପାଇବା ପାଇଁ ମନୋନୀତ ହୋଇଛନ୍ତି। ଆର୍ଡେର ଫୁଟବଲ୍‌ ଏକାଡେମୀ (ଏଏଫଏ) ଦ୍ୱାରା ଓଡିଶାରୁ ଆଶାୟୀ ଫୁଟବଲ ଖେଳାଳି ଚୟନ ପାଇଁ ଏକ ଶିବିରର ଆୟୋଜନ କରିଥିଲା। ଉକ୍ତ ଶିବିରରୁ ଓଡିଏମ୍‌ ଗ୍ଲୋବାଲ୍‌ ସ୍କୁଲର ୨ଜଣ ବିଦ୍ୟାର୍ଥୀ ଶ୍ରୀଜାଲ୍‌ କିସ୍କୁ (ବାଳକ) ଏବଂ ସୁଲେଖା କାନହର (ବାଳିକା) ସ୍ପେନରେ ଫୁଟବଲ୍‌ ତାଲିମ୍‌ ପାଇବା ପାଇଁ ମନୋନୀତ ହୋଇଛନ୍ତି। ଓଡ଼ିଏମର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼ଃ ସତ୍ୟବ୍ରତ ମୀନକେତନ, ମୁଖ୍ୟ କାର୍ଯ୍ୟକାରିଣୀ ଅଧିକାରୀ ସ୍ବୟନ୍‌ ସତ୍ୟେନ୍ଦୁ, ବିତ୍ତ ଏବଂ ପ୍ରଶାସନିକ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଏବଂ ଅଧ୍ୟକ୍ଷା ଶୈଳେନ୍ଦ୍ର କୁମାରୀ ଖେଳାଳିଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Share