୨ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୭ା୮(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ର ସୁକ୍‌ମା ଜିଲାରେ ଚାଲିଥିବା ମାଓବାଦୀ ବିଲୋପ ଅଭିଯାନ ଅଧୀନରେ ଛତିଶଗଡ଼ ସରକାରଙ୍କ ମାଓବାଦୀ ବିଲୋପ ଏବଂ ପୁନର୍ବାସ ନୀତି ଏବଂ ସୁକ୍‌ମା ପୋଲିସ ଆଭ୍ୟନ୍ତରୀଣ ଅଞ୍ଚଳରେ ଶିବିର ପ୍ରତିଷ୍ଠା ଯୋଗୁ ୨ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହି ମାଓବାଦୀମାନେ ହେଲେ ମହିଳା ମାଓବାଦୀ ସୋମଡି ମାଡାକମ୍‌ ଓ ଅନ୍ୟ ଜଣେ ପୁରୁଷ ମାଓବାଦୀ ମାଡକମ୍‌ ସୋନା । ଉଭୟଙ୍କ ନାମରେ ୨ ଲକ୍ଷର ଲେଖାଏ ପୁରସ୍କାର ରହିଛି। ସୁକ୍‌ମା ଅତିରିକ୍ତ ପୋଲିସ ଅଧୀକ୍ଷକଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି।

Share