୨ ଶିକ୍ଷକଙ୍କ ଘରେ ବୁଲିଲା କଳାକନା

ପାଟଣା,୨୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ଗ୍ରାମର ଦୁଇ ଶିକ୍ଷକଙ୍କ ଘର ଗ୍ରୀଲ ତାଡ଼ି ମଙ୍ଗଳବାର ରାତିରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି। ଶିକ୍ଷକଜ୍ୟୋତି ରଞ୍ଜନ ସେଠୀଙ୍କ ଘରୁ ସୁନା ଗହଣା ସହ ନଗଦ ୧୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଯାଇଥିବା ବେଳେ ସହ ଶିକ୍ଷକ ଦୁର୍ଯ୍ୟୋଧନ ସାହୁଙ୍କ ଘରୁ ମଧ୍ୟ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଲୁଟିନେଇଛନ୍ତି। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତୁରୁମୁଙ୍ଗା ଥାନା ଅଞ୍ଚଳରେ ବାରମ୍ବାର ଚୋରି ହେଉଥିଲେ ହେଁ ପୋଲିସ କୌଣସି ଚୋରକୁ ଧରିବାରେ ସକ୍ଷମ ହେଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ନେଇ ରାତିରେ ପାଟ୍ରୋଲିଂକୁ କଡାକଡି କରିବାକୁ ଦାବି ହେଉଛି।

Share